ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କରୋନା ମହାମାରୀ ସମୟରେ ବେସରକାରୀ ସ୍କୁଲ ଗୁଡିକୁ ଫି ଛାଡ଼ କରିବା ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟଙ୍କ ରାୟ ଓ ନିର୍ଦ୍ଦେଶକୁ ସଠିକ କାର୍ଯ୍ୟକାରିତା ପାଇଁ ଓଡଶା ଅଭିଭାବକ ମହାସଂଘ ତରଫରୁ ଦାବି କରାଯାଇଛି । ସମ୍ବଲପୁର ଠାରେ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏକ ସାମ୍ବାଦିକ ସମ୍ବିଳନି ରେ ହାଇକୋର୍ଟର ରାୟର କାର୍ଯ୍ୟକାରିତା ପାଇଁ ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏଥିସହ ହାଇକୋର୍ଟର ରାୟ କୁ ଉଲ୍ଲଂଘନ କରି ରାଜ୍ୟ ର ବହୁ ଘରୋଇ ସ୍କୁଲ ମନ ଇଚ୍ଛା ଫିସ ନେଉଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ର ଆବଶ୍ୟକତା ରହିଥିବା କହିଛନ୍ତି ।
ରାଜ୍ୟ
ସ୍କୁଲ ଫିସ ଛାଡ ପାଇଁ ଦାବି ।
- Hits: 340