ନଚେତ ସରକାର ଗ୍ରହଣ କରିପାରିବେ କାର୍ଯ୍ୟାନୁଷ୍ଠାନ : ଓଡିଶା ଅଭିଭାବକ ମହାସଂଘ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଘରୋଇ ବିଦ୍ୟାଳୟଗୁଡ଼ିକ ଫି ଛାଡ଼ କରିବା ପ୍ରସଙ୍ଗ ନେଇ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ମାନିବା ପାଇଁ ବାଧ୍ୟ। ନଚେତ ସେମାନଙ୍କ ମାନ୍ୟତା ରଦ୍ଦ କରିପାରିବେ ସରକାର। ଏ ନେଇ ଅଭିଭାବଙ୍କୁ ସଚେତନ କରାଇବା ପାଇଁ ଓଡ଼ିଶା ଅଭିଭାବକ ସଂଘ ଦ୍ବାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂଘର କର୍ମକର୍ତ୍ତା।
ଆଜି ଝାରସୁଗୁଡ଼ାସ୍ଥିତ କାଳୀ ମନ୍ଦିରଠାରେ ଓଡ଼ିଶା ଅଭିଭାବକ ସଂଘ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। କୋରୋନା ମହାମାରୀ ସମୟରେ ଘରୋଇ ବିଦ୍ୟାଳୟମାନଙ୍କ ଦ୍ବାରା ଶୁଳ୍କ ଛାଡ଼ କରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଦିଆଯାଇଥିବା ଚୂଡ଼ାନ୍ତ ରାୟ ଓ ନିର୍ଦ୍ଦେଶର ସୂଚାରୁରୂପେ କାର୍ଯ୍ୟକାରିତାକୁ ନେଇ ଉପୁଜୁଥିବା ବିଭିନ୍ନ ସମସ୍ୟା ବାବଦରେ ତଥା ଘରୋଇ ବିଦ୍ୟାଳୟମାନଙ୍କୁ ତରଫରୁ ଏହାର ଉଲ୍ଲଂଘନ ବାବଦରେ ଗଣମାଧ୍ୟମ ସମ୍ମୁଖରେ ରଖାଯାଇଥିଲା। ମହାସଙ୍ଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟଙ୍କ ଅନୁସାରେ, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁଯାଇ ବେସରକାରୀ ସ୍କୁଲ ସରକାରଙ୍କ ସମ୍ପୂର୍ଣ ନିୟନ୍ତ୍ରଣାଧିନ ଅଟେ।ଶିକ୍ଷା ଆଇନ 1969ର ଗୃହୀତ ଏକ ପ୍ରସ୍ତାବ 23 ସେପ୍ଟେମ୍ବର 1996 ଧାରା 4-i ଅନୁସାରେ ସ୍କୁଲର ଫି କୁ ସରକାର ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିବେ l ଆହୁରି ମଧ୍ୟ, ସ୍କୁଲ ଦେଉଥିବା ସମସ୍ତ ସୁବିଧା ସୁଯୋଗ ଅନୁଯାୟୀ ଅଭିଭାବକ ମାନଙ୍କର ସମ୍ମତି ସହିତ ଗଣଶିକ୍ଷା ବିଭାଗ ସ୍କୁଲ ଅନୁଯାୟୀ ଶୁଳ୍କ ନିର୍ଦ୍ଧାରଣ କରିବେ l ଯଦି ଏହାକୁ ସ୍କୁଲ ଅମାନ୍ୟ କରିବେ, ତେବେ ସରକାର ସେମାନଙ୍କର NOC କିମ୍ବା ସ୍ୱୀକୃତି ପ୍ରତ୍ୟାହାର କରିପାରିବେ l
ସୂଚନାଯୋଗ୍ୟ ଯେ, ଓଡ଼ିଶା ଅଭିଭାବକ ସଂଘର ଅଧ୍ୟକ୍ଷ ଶ୍ରୀ ଭଟ୍ଟ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲଙ୍କୁ ତାଙ୍କ ବାସଭବନରେ ଭେଟି ଫି ଛାଡ଼ ମାମଲାରେ ଆସିଥିବା ନିର୍ଦେଶକୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲାରେ ପାଳନ କରିବାକୁ ଅନୁରୋଧ କରିଥିଲେ l ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଏକ ମିଟିଙ୍ଗ ଡାକିବାକୁ ମଧ୍ୟ ପ୍ରତିଶୁତିବଦ୍ଧ ବୋଲି ଜିଲ୍ଲାପାଳ କହିଥିଲେ l ସେହିପରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ପୂର୍ବିବିଚାର କରିବାସହ ଯେପରି ଗୋଟିଏ ମଧ୍ୟ ପିଲା ଶିକ୍ଷା ଦାନରୁ ବଂଚିତ ନ ହେବ ତାହା ଦେଖିବାକୁ ସବୁ ଲିଡ଼ ସ୍କୁଲର ମlସିକ ରିପୋର୍ଟ ମାଗିବାକୁ ଅନୁରୋଧ କରିଥିଲେ l
ଜିଲ୍ଲାପାଳଙ୍କୁ ଭେଟିବା ସମୟରେ ଶ୍ରୀ ଭଟ୍ଟ ତୁରନ୍ତ ଫି ଛାଡ଼ ମାମଲାର ନିର୍ଦ୍ଦେଶକୁ ଉଲଂଘନକାରିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ l ପିଲା କମିବାରୁ ରାଜ୍ୟରେ 11517 ସରକାରୀ ସ୍କୁଲ ବନ୍ଦ କରାଯାଉଥିବାରୁ ଏହାକୁ ମହାସଂଘ ଘୋର ବିରୋଧ କରିଥିଲା l ସେ କହିଛନ୍ତି ଯେ ସରକାରୀ ନିଷ୍ପତ୍ତି ଅନୁସାରେ 20 ପିଲାରୁ 15 ପିଲା କମିଯିବାରୁ ଜିଲ୍ଲାରେ ପ୍ରାୟ 145 ବନ୍ଦ ହେଉଥିବା ସ୍ଥଳେ ଏବେ ଆମ ବିରୋଧ ଫଳରେ ବହୁ ସ୍କୁଲ ଖୋଲାଯାଇଛି l ଯଦି କୌଣସି ସ୍କୁଲ ବନ୍ଦ ହେବା ଫଳରେ ଗୋଟିଏ ପିଲା ପାଠ ପଢ଼ାରୁ ବଂଚିତ ହେଲେ ସେଥିପାଇଁ ଜିଲ୍ଲା ପ୍ରସାଶନ ଉତ୍ତରଦାୟୀ ରହିବ ଵୋଲି ସେ ଚେତାବନୀ ଦେଇଛନ୍ତି। ଏହି ପଦକ୍ଷେପକୁ ମହାସଂଘ ଦୃଢ଼ ଭାବେ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି l ସେହିପରି ସ୍କୁଲର ବହି ତାଲିକା ଦେବାରେ ସ୍କୁଲ ମାନଂକୁ ବାରମ୍ବାର ନିର୍ଦ୍ଦେଶ ଆସିଥିଲେ ସୁଦ୍ଧା, କେହି ତାଲିକା ନ ଦେବା ଦୁଃଖର ବିଷୟ ବୋଲି ସେ କହିଛନ୍ତି l ତୁରନ୍ତ ବହି ତାଲିକା ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ କହିବl ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ କୌଣସି ସ୍କୁଲ ପରୀକ୍ଷାରୁ ବଂଚିତ ନ ହେବା ପାଇଁ ଅନୁରୋଧ କରିଥିଲେ l
ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ସହ ଜିଲ୍ଲା ଆବାହକ ଅମଜଦ ବାଦଶାହ, ଯୁଗ୍ମ ଆବାହକ ବାବୁଲି ବେହେରା, ରାଜ୍ୟ ସଂଗଠନ ସମ୍ପାଦକ ଶିବରାମ ନାୟକ, ପୁଣ୍ୟଶ୍ଳୋକ ମହାନ୍ତି, ମହାମାୟା କର, ସଞ୍ଜୟ କୁମାର ସିଂହ, ସନ୍ତୋଷ କୁମାର ଲେଙ୍କା, ଚିତ୍ତରଞ୍ଜନ ବେହେରା, ରାଜେଶ ବିଶ୍ୱକର୍ମା, ଦୀପକ ମିଶ୍ର, ସସ୍ମିତା ସାମନ୍ତ, ନିଗମାନନ୍ଦ ସ୍ୱାଇଁ, କିରଣ ଦାଶ, ସନ୍ତୋଷ ଦାଶ, ବ୍ରଜମୋହନ ଗହିର, ସୂର୍ଯ୍ୟ ନାରାୟଣ ପାଢି଼, ମନୋଜ କୁମାର ସଂଘ ଓ ସନ୍ତୋଷିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l