ହେଡଲାଇନସ୍:

ଚାଷୀ ସମସ୍ୟା ସମାଧାନ ଦାବିରେ ବିଜେପି ର  ଚକାଜାମ ଆନ୍ଦୋଳନ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର  ରୁ ରମାକାନ୍ତ ବିଶ୍ୱାଳ  -  ସାରା ରାଜ୍ୟରେ ଲାଗିରହିଥିବା ଚାଷୀ ଓ ଧାନ ବିକ୍ରିର ସମସ୍ୟାର ସମାଧାନ ଦାବୀ ରେ ବିଜେପି ପକ୍ଷରୁ ପଶ୍ଚିମାଞ୍ଚଳ ର ୧୦ଟି ଜିଲ୍ଲା ରେ ଚକାଜାମ ଆନ୍ଦୋଳନ କରାଯାଇଥିଲା । ବିଜେପି ପକ୍ଷରୁ ସକାଳ ୧୦ ଟା ରୁ ଦିନ ଗୋଟିଏ ଯାଏ ଘଣ୍ଟା ତିନି ଘଣ୍ଟା ଧରି ଏହି ଚକାଜାମ ଆନ୍ଦୋଳନ କରାଯାଇଥିଲା। ବିଜେପି ଦଳ ପକ୍ଷରୁ  ପଶ୍ଚିମ ଓଡିଶାର  ସମ୍ବଲପୁର, ବରଗଡ଼, ଝାରସୁଗୁଡା, ଦେବଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ନୂଆଁପଡା, ସୋନପୁର, ବୌଦ୍ଧ ଜିଲ୍ଲା ର ସମସ୍ତ ୩୭ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଏକାସାଥିରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ରେ ଚକାଜାମ୍ ଆନ୍ଦୋଳନ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ରେ ବିଜେପି ସମ୍ବଲପୁର ବିଧାନସଭା ମଣ୍ଡଳୀ ପକ୍ଷରୁ ସହରର 

ଅଇଁଠାପାଲି ଛକ, ରେମେଡ ଛକରେ ଜକାଜାମ କରାଯାଇଥିଲା । ସେହିପରି ରେଙ୍ଗାଲି ବିଧାନସଭା ପକ୍ଷରୁ  ରେଙ୍ଗାଲି, ଗୋଶାଲା, ସିନ୍ଦୁରପଙ୍କ ଛକ, ଲାଉମାଲ ଛକରେ ଚକାଜାମ କରାଯାଇଥିଲା । ଏଥିସହ ରେଢ଼ାଖୋଲ ବିଧାନସଭା ମଣ୍ଡଳି  ତରଫରୁ ଧମା, ରେଢ଼ାଖୋଲ, ପଡ଼ିଆବାହଲ ରେ ଚକାଜାମ କରିଥିଲେ ଦଳୀୟ କର୍ମୀ ।  ତେଣେ କୁଚିଣ୍ଡା ବିଧାନସଭା ବିଜେପି ପକ୍ଷରୁ କୁଚିଣ୍ଡା ଜମନକିରା, ବାମଣ୍ଡା ରେ ଆନ୍ଦୋଳନ କରି ଚକାଜାମ କରିଥିଲେ ବିଜେପି ସଭ୍ୟ । ବିଜେପି ସିଧାସଳଖ ଅଭିଯୋଗ କରିଛି ଯେ ନଵିନ ସରକାର ରାଜ୍ୟରେ ଚାଷୀ ଙ୍କ ହିତ କଥା କହି ଚାଷୀ ଙ୍କୁ ଧୋକା  ଦେଉଛି । ନବିନ ସରକାର ଯଦି ଚାଷୀଙ୍କ ସମସ୍ୟା ସମାଧାନ ନକରିବେ ତେବେ ଆଗକୁ ରାଜ୍ୟର  ବିଜେଡି  ସରକାର ବିରୋଧରେ ବିଜେପି ସମଗ୍ର ରାଜ୍ୟରେ ଲଡେଇ କୁ ଆହୁରି ଯୋରଦାର କରିବ ବୋଲି ଚେତାବନୀ ଦେଇଛି । ଏହି ରାଜପଥ ଚକାଜାମ ଆନ୍ଦୋଳନ ପାଇଁ ସମ୍ବଲପୁର ଦେଇ ଯାଇଥିବା ମୁମ୍ବାଇ - କୋଲକତା , ସମ୍ବଲପୁର -କଟକ ଜାତୀୟ ରାଜପଥ ସହ ସମ୍ବଲପୁର - ରାଉଲକେଲା ରାଜପଥ ରେ ହଜାର ହଜାର ଗାଡି ଗୁଡିକ ଅଟକି ରହିଥିବା ଦେଖିବାକୁ ମିଲିଥିଲା ।

 

0
0
0
s2sdefault