ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମି୍ରଶ) : ଓଡ଼ଗାଁ ଲକ୍ଷ୍ମୀ ବଜାର ଲଜ୍ ସାହିରେ ଥିବା ଏକ ମରାମତ ଦୋକାନରୁ ୩ ଲକ୍ଷ ଟଙ୍କାର ସୁନା ରୁପା ଚୋରି ହୋଇ ଥିବା ଘଟଣାରେ ଓଡ଼ଗାଁ ପୋଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାଯାଇଛି । ଅଭିଯୁକ୍ତ ଜଣକ ଭାଡିକିଳାର ରଞ୍ଜନ ଆଚାରୀ(୪୨) । ବର୍ତମାନ ସେ ଓଡ଼ଗାଁ ଗୁପ୍ତ ମଠ ସାହିରେ ରହୁଥିଲେ । ଗିରଫ ରଞ୍ଜନକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପ୍ରକାଶ ଥାଉକି ଗତ ଜାନୁୟାରୀ ୧୦ ତାରିଖ ବିଳମ୍ବିତ ରାତିରେ ଅଳଙ୍କାର ଦୋକାନରୁ ଚୋରୀ ହୋଇଥିବା ନେଇ ଦୋକାନି ମାଲିକ କୁରାଳ ଗ୍ରାମର ନାଗେଶ୍ୱର ରାୟ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଓଡ଼ଗାଁ ପୋଲିସ ତଦନ୍ତ ଜାରି ରଖିଥିଲେ । ସିସିଟିଭି ଫୁଟେଜ ଆଧାରରେ ଓଡ଼ଗାଁ ପୋଲିସ ରଞ୍ଜନକୁ ଗିରଫ କରିଥିଲେ ।
ରାଜ୍ୟ
ଓଡ଼ଗାଁ ଲକ୍ଷ୍ମୀବଜାର ଅଳଙ୍କାର ଚୋରୀ ଘଟଣାରେ ଜଣେ ଗିରଫ
- Hits: 329