ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ପୌରାଞ୍ଚଳର କରଣ ସାହି ଠାରେ ଥିବା ଜୟବୀର ହନୁମାନଙ୍କ ପ୍ରତିମୂର୍ତ୍ତି ପାର୍ଶ୍ୱରେ ହନୁମାନ ଚାଳିଶା , ଧ୍ୟାନ , ସଂକୀର୍ତ୍ତନ ପାଇଁ ନୂତନ ଗୃହର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଚିନ୍ମୟ ମିଶନର ସ୍ୱାମୀଜୀ ଚିନ୍ମୟ ମହାରାଜ ଯୋଗଦେଇ ନଡିଆ ଭାଙ୍ଗି ନୂତନ ଗୃହ ପ୍ରବେଶ ଉତ୍ସବର ଶୁଭାରମ୍ଭ କରିଥିଲେ । ଏଥିରେ ଅନ୍ୟ ତମ ଅତିଥି ରୂପେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ ।
ଏହାପରେ ମଧ୍ୟାହ୍ନ ସମୟରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଏହି ଗୃହ ପ୍ରବେଶ ଉତ୍ସବରେ ଯୋଗ ଦେଇ ଜୟବୀର ହନୁମାନଙ୍କ ଫୋଟଚିତ୍ରରେ ଦୀପ , ଧୂପ ଦେଇ ନଡିଆ ଭାଙ୍ଗି ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ନୃସିଂହ ଚରଣ ପଟ୍ଟନାୟକ ଓ ଦିବାକର ସପ୍ଲିଏରର ମାଲିକ ରଘୁନାଥ ପଟ୍ଟନାୟକ ଉପସ୍ଥିତ ଥିଲେ।
ବିଧାୟକ ଶ୍ରୀ ରାଓଙ୍କୁ ଏହା ପରେ ବୀରହନୁମାନ କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୀର ହନୁମାନ କମିଟି ତରଫରୁ ଭେଙ୍କେଟେଶ୍ୱର ପଟ୍ଟନାୟକ, ନରସିଂହ ପଟ୍ଟନାୟକ, ବ୍ରଜକିଶୋର ପଟ୍ଟନାୟକ, ରାମପ୍ରସାଦ ପଟ୍ଟନାୟକ, ସଂଜୟ କୁମାର ଜେନା , ମନୋଜ ପାଢ଼ୀ , ବୀରକିଶୋର ପଟ୍ଟନାୟକ, ଶ୍ରୀନିବାସ ପଟ୍ଟନାୟକ , ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ପୂର୍ବାହ୍ନରେ ୧୦୮ ହନୁମାନ ଚାଳିଶା ସହ ସକାଳ ଓ ସନ୍ଧ୍ୟାରେ ସଂକୀର୍ତ୍ତନ ଓ ମଧ୍ୟାହ୍ନରେ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା। ବୀରକିଶୋର ପଟ୍ଟନାୟକ ଓ ସତ୍ୟନାରାୟଣ ପଟ୍ଟନାୟକଙ୍କ ଦ୍ୱାରା ସଂକୀର୍ତ୍ତନ ଦଳ ପରିଚାଳିତ ହୋଇଥିଲା ।