ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସ୍ଥିତ ହୋଟେଲ ସ୍ପାଇସ କନଫରେନ୍ସ ହଲରେ ଶନିବାର ୟୁଥ ଫର ଏକ୍ସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ରାଜ୍ୟ ସଂଯୋଜକ ସୁଜିତ ସିଂ ଅତିଥି ଭାବରେ ଯୋଗ ଦେଇଥିଲେ । ବୈଠକରେ ଯୁବ ସଂଗଠକ ଉତ୍ତମ କୁମାର ବିଶ୍ବାଳ, ସାର୍ଥକ ମୁନି, ସନ୍ତୋଷ ସାହୁ, ମାନସ ସାଲିମା, ଆଦିତ୍ୟ ସ୍ବାଇଁ ,ରୋହନ ମହାଣା, ଶିବା ବେହେରା, ସୁରଜ ବିଶ୍ବାଳ, ସୁଭମ ବିଶ୍ବାଳ , ସଂଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ବେକାର ଯୁବକ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶୀଳ କରି କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିଯୁକ୍ତି ମିଳିବ ଏବଂ ଆଗାମୀ ଦିନର ସେମାନେ ପରିବାର ବୋଝ ନ ହୋଇ ନିଜ ଗୋଡରେ ନିଜେ ଠିଆ ହୋଇ ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିପାରିବେ ତାହାର ବିଭିନ୍ନ ଦିଗ ଉପରେ ବିଷଦ ଆଲୋଚନା ହୋଇଥିଲା ।