ହେଡଲାଇନସ୍:

ଜମି ହଡପ ମାମଲା,ଉପ ଜିଲ୍ଲାପାଳଂକ ପ୍ରତିଶୃତିରେ ଧାରଣା ପ୍ରତ୍ୟାହୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝରବନ୍ଧ :-  ଝାରବନ୍ଧ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜମି ହଡପ ପ୍ରତିବାଦରେ ଚାଲିଥିବା ଧାରଣା ପ୍ରତ୍ୟାହୃତ ହୋଇଛି। କୁକ୍ରିପାଲି ଗ୍ରାମର ଆଦିବାସୀ ଭୂମିହୀନମାନେ ଦୀର୍ଘ ଦିନ ହେବ ଅକ୍ତିଆର କରିଥିବା ଜମିକୁ ହାତେଇ ବିକ୍ରି କରିଥିଲେ ସେହି ଗ୍ରାମର ଜମିଦାର । ତାର ଡିମାରକେସନ କରିବା ପରେ ସମସ୍ତ ତଥ୍ୟହସ୍ତଗତ ହେଲା ପରେ ଆଦିବାସୀମାନେ ଶୁକ୍ରବାର ଠାରୁ ସପରିବାର ଧାରଣାରେ ବସିଥିଲେ ଝାରବନ୍ଧ ତହସିଲ କାର୍ଯ୍ୟାଳୟ ଗେଟ ସମୁଖ ରେ । ଆଜି ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ତହସିଲଦାର ସୀମାସବିତା କୁଲୁ,ବିଡିଓ ରୁନୁ ଲାକ୍ରା  ଧାରଣାକାରୀଂକ ଆଲୋଚନା କରି ଆଦିବାସୀମାନେ ଅକ୍ତିଆର କରିଥିବା ଜମିକୁ କେହି ନେଇ ପାରିବେ ନାହିଁ ବୋଲି ପ୍ରତିଶୃତି ଦେବା ପରେ ଧାରଣା ସ୍ଥଗିତ ହୋଇଥିଲା । ଏହାପରେ ଉପଜିଲ୍ଲାପାଳ, ତହସିଲଦାର ଓ ବିଡ଼ିଓ କୁକ୍ରିପାଳି ଗ୍ରାମକୁ ଯାଇ  ବର୍ତମାନ ସ୍ଥିତି ର ସମୀକ୍ଷା କରିଥିଲେ ।। କୁକ୍ରିପାଲି ଗ୍ରାମର କଳାଚନ ସାହୁ,ଅଲେଖ ଭୋଇ,ଲଗନବାଈ ସିଦାର,ଅନସୂୟା ଭୋଇ,ଉମା ଭୋଇ,ସାଲେକ ଭୋଇ ପ୍ରମୂଖ ଅଧିବାସୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault