ମାଲକାନଗିରି ତା:- (ବି ଶ୍ରୀନିବାସ ପାତ୍ର)- ଶନିବାର ଆଜି ଦିବା 11. 00 ଘଣ୍ଟିକାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଏବଂ ଅଭିଭାବକ ସମ୍ମିଳନୀରେ ମାନ୍ୟବର ଜିଲ୍ଲାପାଳ ୱାୟୀ ବିଜୟ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ l ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପିଲାମାନେ ବହୁ ସମୟ ପିତାମାତାଙ୍କ ପାଖରେ ରହୁଛନ୍ତି l କିନ୍ତୁ ଆପଣ ମାନଙ୍କର ଗୁରୁ ଦାୟିତ୍ୱ ରହିଛି ପିଲାମାନଙ୍କ ପ୍ରତି l ପିଲାମାନେ କିପରି ଭଲ ପାଠ ପଢି ବଡ଼ ଚାକିରି କରିବେ ତା ପ୍ରତି ଧ୍ୟାନ ଦେବା ତୁମ ମାନଙ୍କର କର୍ତବ୍ୟ l ଆମ ଜିଲ୍ଲାର ପିଲାମାନେ କେବଳ ଆମ ଜିଲ୍ଲାରେ ନୁହେଁ ସାରା ଭାରତ ବର୍ଷର ପ୍ରତିଯୋଗିତାରେ ଭାଗ ନେଇ କୃତକାଯ୍ୟ ହୋଇ ଜିଲ୍ଲାର ଟେକ ରଖିବେ ଏଥିପ୍ରତି ଚେଷ୍ଟା କରିବା ଦରକାର ବୋଲି ଶିକ୍ଷକ ମାନଙ୍କୁ କହିଥିଲେ l ଭବିଷ୍ୟତରେ ଆଗକୁ ବଢିବା ପାଇଁ ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ପାସ କଲେ ସର୍ବଭାରତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ସମ୍ମୁଖୀନ ହେଇପାରିବେ l ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ବ୍ୟତୀତ ଘରେ ପିତାମାତା ମାନେ ଅଧିକ ଧ୍ୟାନ ଦେଇପାରିବେ l ସମସ୍ତ ଛାତ୍ର ଛାତ୍ରୀ ଭୟମୁକ୍ତ ହୋଇ ପରୀକ୍ଷା ଦେଇ ଭଲ ଫଳ କରିବା ପାଇଁ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଥିଲେ l ସେହିପରି ମାଲକାନଗିରି ଏ ଡି ଏମ ବିରସେନ ପ୍ରଧାନ ମଧ୍ୟ ଉଦୁଲିବେଡାର UGH ବିଦ୍ୟାଳୟ ଠାରେ ଚାଲିଥିବା କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସଠିକ ମାର୍ଗଦର୍ଶନ କରିଥିଲେ l
ରାଜ୍ୟ
ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ ଉଦଘାଟନ କଲେ ଜିଲ୍ଲାପାଳ ।
- Hits: 236