ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଗବେଷକ ପଣ୍ଡିତ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜୁଗୁରୁଙ୍କ ୧୫୬ତମ ଜୟନ୍ତୀ ଯଥାରୀତିରେ ପାଳନ ହୋଇସାରିଛି। ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ମୁଖ୍ୟ ଅତିଥି ରୂପେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖବକ୍ତା ଭାବେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାଶ ମୁଖ୍ୟବକ୍ତା ଭାବେ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ରାଜଗୁରୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ।
ଗଙ୍ଗଶିଉଳି ଫୁଲ ଭଳି ସ୍ୱଳ୍ପ ଜୀବନ କାଳରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଏବଂ ସାଧନା ପାଇଁ ପ୍ରାବନ୍ଧିକ ପଣ୍ଡିତ ଶ୍ୟାମସୁନ୍ଦର ରାଜଗୁରୁ ଜାତୀୟ ଇତିହାସରେ ସେ କାଳଜୟୀ। ଶ୍ରୀମତୀ ମୀନା କୁମାରୀ ଟହଲ ସ୍ୱାଗତ ସମ୍ବର୍ଥନା ଜଣାଇଥିବା ବେଳେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ କାର୍ଯ୍ୟକ୍ରମର ସୂଚନା ଦେବା ସହ ପରିଚୟ ପ୍ରଦାନ କରିଥିଲେ।ଉତ୍କଳ ହିତୈଷିଣୀ ସମାଜର କାଯ୍ୟକାରୀ ସଭାପତି ଭାରତ ଭୂଷଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ଶରତ କୁମାର ସାହୁ , ନିତ୍ୟାନନ୍ଦ ଚୌଧୁରୀ , ମୁରଲୀଧର ପରିଛା , ତ୍ରିପତି ପ୍ରସାଦ ପଣ୍ଡା, ବିଷ୍ଣୁପ୍ରସାଦ ପଣ୍ଡା , ସ୍ୱର୍ଣ୍ଣପ୍ରଭା ପାଠୀ ପ୍ରମୁଖ ପରିଚାଳନା କରିଥିଲେ।