ହେଡଲାଇନସ୍:

ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଭିନବ ପ୍ରୟାସ, ଚିତ୍ର ମଧ୍ୟରେ ସଚେତନତାର ବାର୍ତ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ I ଯାହା କି ୧୯୭୯ ମସିହାରେ ଗଠିତ ହୋଇ ଥିଲା I ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ଜିଲ୍ଲାର ଅତି ପୁରାତନ ବିଜ୍ଞାପିତ ଅଂଚଳ ପରିଷଦ I ବିଜ୍ଞାପିତ ଅଞ୍ଚଳ ପରିଷଦର ବାସୀନ୍ଧାଙ୍କୁ ସରକାରୀ ଯୋଜନା ଏବଂ ସଚେତନତାର ବାର୍ତ୍ତା ପ୍ରଦାନ କରିବା ପାଇଁ ପ୍ରଶାସନ ଅନେକ ସମୟରେ ଅନେକ ପନ୍ଥା ଅପଣେଇ ଛନ୍ତି I ହେଲେ ଏବେ ଜନସାଧରଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ବିଭିନ୍ନ କାନ୍ଥ ଏବଂ ପାଚେରୀରେ ସୁନ୍ଦର ରଙ୍ଗ ବେରଙ୍ଗର ଚିତ୍ର ଅଙ୍କା ଯାଇଛି I

ଏହି ବିଜ୍ଞାପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି I ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସହରର କାନ୍ଥ ଗୁଡିକରେ ବିଭିନ୍ନ ରଙ୍ଗବେରଙ୍ଗର ଚିତ୍ର କରାଯାଇ ଥିବାର ଦେଖା ଦେଇଛି I ଯାହାକୁ ସହର ବାସିଙ୍କ ଦ୍ୱାରା ବେଶ ପ୍ରସଂଶା କରାଯାଇଛି I ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଟ୍ରାଫିକ ସଚେତନ, କନ୍ୟା ଶିଶୁ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ବୃକ୍ଷ ରୋପଣ, ନିଶା ହଟାଇବା ଅଭିଯାନ, ଶିଶୁ ଶ୍ରମିକ ବନ୍ଦ ଅଭିଯାନ ଇତ୍ୟାଦି ପ୍ରଶଙ୍ଘକୁ ନେଇ ଅତି ସୁନ୍ଦର ଭାବରେ ଚିତ୍ର ମାଧ୍ୟମରେ ଜନସାଧରଙ୍କୁ ବାର୍ତ୍ତା ପ୍ରଦାନ କରାଯାଇଛି I ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ହୋଇ ଥିବା ଏହି ପ୍ରୟାସ ଜନସାଧାରଣଙ୍କ ମଧ୍ୟରେ କିଛି ପରିମାଣରେ ସଚେତନତା ଆଣି ଥିବା ସାଧାରଣରେ ମତ ପ୍ରକାଶ ପାଇଛି I ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳର ଏହି କାର୍ଯ୍ୟ ଯୋଗୁଁ ସହରର ପାଚେରୀ ଏବଂ କାନ୍ଥ ଦେଉଛି ସଚେତନତାର ବାର୍ତ୍ତା ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I ଏହି ଚିତ୍ର ଅଙ୍କିବା ଦ୍ୱରା ସହର ସୁନ୍ଦର ଦେଖା ଯିବା ସାଙ୍ଗକୁ ଜନସାଧରଙ୍କୁ ସଚେତନତାର ବାର୍ତ୍ତା ପାଇବା ବହୁତ ସରଳ ମଧ୍ୟ ହେଉ ଥିବା ସହର ବାସୀ ପ୍ରକାଶ କରିଛନ୍ତି I

0
0
0
s2sdefault