ଯୁବ ବିକାଶ ପରିଷଦର ଆମରଣ ଅନଶନକୁ ସମର୍ଥନ ଦେଲା ପ୍ରେସ ୟୁନିୟନ, ରାୟଗଡ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡରେ ସୁପର୍ ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ଦାବୀରେ ୧୦୦ ଘଣ୍ଟିଆ ଆମରଣ ଅନଶନ 

ରାୟଗଡ(ସରୋଜ କୁମାର ସାହୁ) -ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର୍ ସ୍ପେଶିଆଲିଟି ହସ୍ପିଟାଲ ସହ ରାୟଗଡା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବୀର ଆଜି ଚତୁର୍ଥ ଦିନ । ଦୀର୍ଘ ବର୍ଷ ହେଲା ରାୟଗଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବହୁ ବାର ଦାବୀ ହୋଇ ଆସୁଥିଲେ ସୁଦ୍ଧା ସରକାରଙ୍କ ତରଫରୁ କଲେଜ ପ୍ରତିଷ୍ଠା  ନେଇ କୌଣସି ଘୋଷଣା ନ ହେବାରୁ ଜିଲ୍ଲାବାସୀ ନିରାଶ ହୋଇଛନ୍ତି  । ଏହା ଉପାନ୍ତ ଓ ଆଦିବସୀ ଅଧ୍ୟୁଷିତ  ଅଂଚଳ ହୋଇଥିବା ବେଳେ ସଠିକ ଚିକିତ୍ସା ନିମନ୍ତେ ଜିଲ୍ଲା ବାସୀ ସୀମାନ୍ତ ଆନ୍ଧ୍ର ପ୍ରଦେଶ ଓ ଓଡିଶାର ଭୂବନେଶ୍ୱର କିମ୍ବା କଟକର ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରି ଅଧିକା ଖର୍ଚ୍ଚାନ୍ତ ହେବା ସହ ଅସୁବିଧାରେ ପଡୁଥିବା ବିଭିନ୍ନ ସମୟରେ ନଜିର ରହିଛି କେଉଁଠି ଟଙ୍କା ଅଭାବରୁ ଶବ ବନ୍ଧା ପଡୁଛି ତ ପୁଣି ଅର୍ଥ ଅଭାବରୁ ରୋଗୀ ସଠିକ ଚିକିତ୍ସା  କରିନପାରି ମୃତ୍ୟୁ ମୂଖରେ ପଡୁଛି । ଏହି ସବୁ ରାୟଗଡ ଅଂଚଳ ବାସୀଙ୍କ ନାଯ୍ୟ  ଦାବୀ ଗୁଡିକୁ ଆଖି ଆଗରେ ରଖି ରାୟଗଡ ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ୧୦୦ ଘଣ୍ଟିଆ ଆମରଣ ଆନଶନରେ ବସିଛନ୍ତି ଆଜି ଏହି ଅନଶନର ଚତୁର୍ଥ ଦିନ । କିନ୍ତୁ ଜିଲ୍ଲା ଗଠନର ୩୦ ବର୍ଷ ହୋଇଯାଇଥିଲେ ସୁ୍ଦ୍ଧା ଆଜି ଯାଏଁ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ହୋଇପାରୁନଥିବା କ୍ଷୋଭୋର ସହ ପ୍ରକାଶ କରିଥିଲେ । ଆବଶ୍ୟକୀୟ ଡାକ୍ତର ଓ ଅଭିଜ୍ଞ ଡାକ୍ତର ନଥିବାରୁ ଜିଲ୍ଲାବାସୀ ସ୍ୱାସ୍ଥ୍ୟସେବା ପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ରାଜ୍ୟ ଉପରେ ନିର୍ଭର କରିଥାନ୍ତି । ଜିଲ୍ଲାରେ ବସବାସ କରୁଥିବା ବହୁ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇଁ ବାହାରକୁ ନ ଯାଇପାରି ମୃତୁ୍ୟ ବରଣ କରୁଥିବା ମଧ୍ୟ ନଜିର ରହିଛି । ତେଣୁ ରାୟଗଡା ଜିଲ୍ଲାରେ ଯଥାଶୀଘ୍ର ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ମାନ୍ୟତା ସହ ଏକ ମେଡିକାଲ କଲେଜର ପ୍ରତିଷ୍ଠା  ପାଇଁ ସରକାର ଘୋଷଣା କରନ୍ତୁ ବୋଲି ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ପ୍ରକାଶ କରିଛନ୍ତି । ଏହି ନ୍ୟାର୍ଯ୍ୟ ଦାବୀକୁ ସମର୍ଥନ ଜଣାଇ ଆଜି ପ୍ରେସ ୟୁନିୟନ, ରାୟଗଡର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ସହ ପ୍ରେସ ୟୁନିୟନର, ରାୟଗଡର ସମସ୍ତ ସଭ୍ୟ ଯୁବ ବିକାଶ ପରିଷଦ ତରଫରୁ ଡାକରା ଦିଆଯାଇଥିବା ୧୦୦ ଘଣ୍ଟିଆ ଅନଶନରେ ସାମିଲ ହେବା ସହ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ ଏହି ଅଂଚଳ ବାସୀଙ୍କ ଦାବୀ ଉପରେ ଗୁରୁତର ସହ ବିଚାର କରି ଯଥା ଶିଘ୍ର କାର୍ଯ୍ୟ କରିବେ ବୋଲି ପ୍ରେସ ୟୁନିୟନ, ରାୟଗଡର ସଭାପତି ଶ୍ରୀ ଖାଡଙ୍ଗା ଅନୁରୋଧ କରିଥିଲେ । ଯୁବ ବିକାଶ ପରିଷଦର ସାଧାରଣ ସଂପାଦକ କୃଷ୍ଣ ପ୍ରସାଦ ମିଶ୍ର, ଶିବ ପ୍ରସାଦ ପାଢୀ, ବିଶ୍ୱମ୍ଭର ଗରଡିଆ, ଗୋପିନାଥ ଗୌଡ, ଗୌର ଚନ୍ଦ୍ର ସାରକା, ଗଣେଶ ସାହୁ ପ୍ରମୁଖ ସାମିଲ ଅଛନ୍ତି ।    

 

0
0
0
s2sdefault