ଗଜପତିରେ ଶିଶୁ ସମ୍ପର୍କ ଯାତ୍ରା ରଥର ଶୁଭାରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସପ୍ତାହେ ଧରି ଜିଲ୍ଲାର ଜନସାଧାରଣଙ୍କୁ ଶିଶୁ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ   "ଶିଶୁ ସମ୍ପର୍କ ଯାତ୍ରା" ରଥର ଶୁଭାରମ୍ଭ ହୋଇଯାଇଛି। ଏହି ରଥକୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। 

ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ସମସ୍ତ ଶିଶୁ ମାନଙ୍କର ଅଧିକାରକୁ ସୁନିଶ୍ଚିତ କରବା।ଜିଲ୍ଲାରେ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଶିଶୁମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରିବା ସହ ଆବଶ୍ୟକ ଥଇଥାନର ବ୍ୟବସ୍ଥା କରିବା। ଶିଶୁମାନଙ୍କ ପାଇଁ କାମ କରିଥିବା stake ହୋଲ୍ଡେର ମାନଙ୍କ ମଧ୍ୟରେ co-ordination ସ୍ଥାପନ କରିବା।

ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷାଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ "ଶିଶୁ ସମ୍ପର୍କ ଯାତ୍ରା"ର କାର୍ଯ୍ୟକ୍ରମ ଜାରି ରହିଛି। ଗଜପତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। 

ଗତ କିଛିଦିନ ହେଲା ଜିଲ୍ଲାର କିଛି ବ୍ଲକରେ  ଏବଂ ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ ମାନଙ୍କରେ ମଧ୍ୟ ଶିଶୁ ସୁରକ୍ଷା ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଗାମୀ ଦିନରେ ଜିଲ୍ଲାର ଉପାନ୍ତ ଅଞ୍ଚଳର ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଖରେ ପହଞ୍ଚିବା ପାଇଁ ଶିବିରମାନ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି ଯାହାକି ଏହି ମାସର ଶେଷ ସୁଦ୍ଧା ସାରା ଜିଲ୍ଲାର ସମସ୍ତ ଉପାନ୍ତ ଅଞ୍ଚଳରେ କାର୍ଯ୍ୟ ଶେଷ ହେବ। 

ଏହି ରଥ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିରେ ପହଞ୍ଚିବା ସହ ରାସ୍ତା କଡରେ ଥିବା ସମସ୍ତ ପଞ୍ଚାୟତରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହି ରଥ ସପ୍ତାହେ ଧରି ଜିଲ୍ଲାର ଜନସାଧାରଣଙ୍କୁ ଶିଶୁ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ସମସ୍ୟାର ସୂଚନା ନେଇ ଜିଲ୍ଲା ସ୍ତରକୁ ଫେରିବ।

ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ଜିଲ୍ଲାର ଘରୋଇ ଛାତ୍ରାବାସ ସଂଘର ସହଯୋଗ ଥିଲା ବେଳେ ଏହାକୁ କାର୍ଯ୍ୟକାରୀ କରିବାରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉଳଙ୍କ ନେତୃତ୍ୱରେ ଶିଶୁ ମଙ୍ଗଳ ସମିତିର ସମସ୍ତ ସଭ୍ୟ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ ସଭ୍ୟ ଏବଂ ଚାଇଲଡଲାଇନ୍ ର ସମସ୍ତ ସଭ୍ୟ ସହଯୋଗ କରିଥିଲେ। 

ଶିଶୁ ସମ୍ପର୍କ ଯାତ୍ରା ରଥର ଶୁଭାରମ୍ଭ ସମୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉଳ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠି , ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ଅଳକା ସାହୁ , ଶିଶୁ କଲ୍ୟାଣ ସମିତିର ସଭ୍ୟ ହିରଣ୍ୟ କୁମାର ରାୟ , ଘରୋଇ ଛାତ୍ରାବାସ ସଂଘର ସଭାପତି ନିକୋଲାସ୍ ଦାସ ,ସଂଯୋଜକ ବିଚିତ୍ର ପାଣି , ଚାଇଲଡଲାଇନ୍ ର ସଂଯୋଜକ ଶ୍ରୀଯୁକ୍ତ ନାଗେଶ୍ଵର ଚୌଧୁରୀ , ମଞ୍ଜୁଳା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault