ହେଡଲାଇନସ୍:

ସାମ୍ବାଦିକଙ୍କୁ କରୋନା ଟୀକା ପ୍ରଦାନ ସହ ରାଜ୍ୟ ଓ ଜାତୀୟ ରାଜପଥରେ ସାମ୍ବାଦିକଙ୍କୁ ଟୋଲ ଫି ଛାଡ଼ ଦାବି I

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଓଜେୟୁର ଜ଼ିଲ୍ଲା କାର୍ଯ୍ୟକାରିଣୀ ବୈଠକ 

ସମ୍ବଲପୁର,  (ରମାକାନ୍ତ  ବିଶ୍ବାଳ)- ଆଜି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ସପ୍ନେ ସେତୁ ଠାରେ ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜ଼ିଲ୍ଲା ଶାଖା ର ଚଳିତ ବର୍ଷ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସଂଘର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଷଦ ଭାବରେ ଆଲୋଚନା ହୋଇଥିଲା I ବୈଠକ ରେ ଭାରତୀୟ ପେଷାଦାର ସାମ୍ବାଦିକ ସଂଘ (ଆଏଫଡ଼ୟୁଜେ) ର ଜାତୀୟ ପରିଷଦ ସଦସ୍ୟ ବୁଦ୍ଧ ଦେବ ମହାପାତ୍ର,ବରିଷ୍ଠ ସାମ୍ବାଦିକ ସୁବାସ ନାୟକ ଏବଂ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ର ପ୍ରାକ୍ତନ  ଜ଼ିଲ୍ଲା ସାଧାରଣ ସମ୍ପାଦକ ଡ଼. ରାଜାରାମ ଷଡ଼ଙ୍ଗୀ  ଓଡିଶା ସାମ୍ବାଦିକ ସଂଘ ର ସଦସ୍ୟତା ଗ୍ରହଣ ପୂର୍ବକ ସ୍ୱାଗତ କରାଯାଇଥିଲା I ବୈଠକ ରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ସଭ୍ୟ ରମାକାନ୍ତ ବିଶ୍ୱାଳ, ସାଧବ ପ୍ରଧାନ, ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା  ସମ୍ପାଦକ ସରୋଜ ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି  ସଭାରେ ଜିଲ୍ଲା ଉପ ସଭାପତି  ସୁକାନ୍ତ କର,  ଶିଶିର ସାହୁ, ପ୍ରଦୀପ ନାୟକ, ସନ୍ତୋଷ ସାହୁ, ସହ ସମ୍ପାଦକ ନରେଶ ମାହାନା, ଅମଲେନ୍ଦୁ ନାୟକ, ବାଦ ଶାହା ଜୁସମନ ରଣା,  ସତ୍ୟ ପ୍ରିୟ ମହାପାତ୍ର, କୋଷାଧ୍ୟକ୍ଷ ସୁଶାନ୍ତ ମହାପାତ୍ର, କାର୍ଯ୍ୟକାରୀ କମିଟି ସଭ୍ୟ ସଞ୍ଜୟ ପାଗୋଡା, ଉପେନ୍ଦ୍ର ନାରାୟଣ ପଣ୍ଡା, ଡ଼. ରାଜାରାମ ଷଡ଼ଙ୍ଗୀ ନବୀନ ଦାଶ, ଅଂକିତ ସାହୁ, ହରି ମିଶ୍ର, ସଭ୍ୟ ସୁବ୍ରତ ପାଢ଼ୀ, ଦେବାଶିଷ ବେହେରା, ଆଦିତ ପଣ୍ଡା, ସଞ୍ଜିବ ପାଣିଗ୍ରାହୀ  ପ୍ରମୁଖ  ଯୋଗଦେଇ ନିଜର ସୁ ଚିନ୍ତିତ ମତାମତ  ପ୍ରଦାନ କରିଥିଲେ। ବୈଠକ ରେ କରୋନା ଯୋଦ୍ଧା ସାମ୍ବାଦିକ ଙ୍କୁ କରୋନା ଟୀକା ପ୍ରଦାନ କରିବା,  ଚଳିତ ବିଧାନସଭା ଅଧିବେଶନ ରେ ସାମ୍ବାଦିକ ମାନଙ୍କ ସକାଶେ "ସାମ୍ବାଦିକ ସୁରକ୍ଷା ଆଇନ " ବିଲ ମଞ୍ଜୁରୀ କରିବା, କରୋନା ରେ ଆକ୍ରାନ୍ତ ହୋଇ ଥିବା ସାମ୍ବାଦିକ ଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା, କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କୁ ଆକ୍ରମଣ  ପାଇଁ କଠୋର ଦଣ୍ଡ ବିଧାନ ଆଇନ ପ୍ରଣୟନ କରିବା, ୬୦ ବର୍ଷ ରୁ ଉର୍ଦ୍ଧ ସାମ୍ବାଦିକ ଙ୍କୁ ରାଜ୍ୟ ସରକାର ପେନସନ ବୀମା ଭୁକ୍ତ କରିବା, ଏକ୍ରିଡ଼ିଏସନ ନିୟମ ପରିବର୍ତ୍ତନ କରିବା, ଯାତାୟତ ସମୟରେ ରିହାତି ଦେବା, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଙ୍କ ଏକ  ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟ ରେ ପ୍ରକାଶ କରିବା  ସହ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ରେ ସାମ୍ବାଦିକ ଙ୍କୁ ଟୋଲ ଟେସ୍କ ଛାଡ଼ କରିବା ଆଦି ଦାବି କରାଯାଇଛି I ସଭା ପ୍ରାରମ୍ଭ ରେ ମାଁ ସମଲେଶ୍ୱରୀ ଠାରେ ଦୀପ ପ୍ରଜ୍ୱଳନ  ଏବଂ ଓଡିଶା ସାମ୍ବାଦିକ ସଂଘ ର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ପ୍ରଭାତ ଦାଶ ଙ୍କ ଫଟୋ ଚିତ୍ର ରେ  ପୁଷ୍ପମାଲ୍ୟ ଅର୍ପଣ ଏବଂ  କରୋନା ଯୋଦ୍ଧା ମୃତ ସାମ୍ବାଦିକ ଙ୍କ ବିୟୋଗ ରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା I ସଭା ପରିଶେଷରେ ସଂଘ ର ଉପ ସଭାପତି ସୁକାନ୍ତ କର ଧନ୍ୟବାଦ ଜ୍ଞାପନ କରିଥିଲେ I

       

0
0
0
s2sdefault