ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତାରିଖ ଓ ସୂଚନା ଅନୁଯାୟୀ ଗୁରୁବାର ଦିନ ମୋହନା ବ୍ଳକର ଦୁଇଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। କେବଳ ଫଳାଫଳକୁ ଅଞ୍ଚଳବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।ପାଣିଗଣ୍ଡା ସରପଞ୍ଚଙ୍କ ଆକାଳ ବିୟୋଗ ଏବଂ କଟାମା ସରପଞ୍ଚଙ୍କ ବିରୋଧରେ ୱ।ର୍ଡ଼ ସଭ୍ୟ/ସଭ୍ୟାଙ୍କ ଅନାସ୍ଥା ପ୍ରସ୍ତାବ ଯୋଗୁ କିଛି ମାସ ଧରି ଉଭୟ ପଞ୍ଚାୟତରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା।୧୧ ତାରିଖ ସକାଳ ୭ ଟାରୁ ୧୨ ଘଣ୍ଟ ପର୍ଯ୍ୟନ୍ତ ଉଭୟ ପଞ୍ଚାୟତର ଭୋଟ ଦାନ କେନ୍ଦ୍ରରେ ଭୋଟରମାନେ ମତ ସାବ୍ୟସ୍ତ କରିଥିଲେ।
ପାଣିଗଣ୍ଡା ପଞ୍ଚାୟତରେ ୧୬ଟି ବୁଥରେ ୨୮୫୬ ଭୋଟର ରହିଥିବା ବେଳେ ୨୩୭୦ ଓ କଟାମା ପଞ୍ଚାୟତରେ ୨୧୬୮ ଭୋଟରଙ୍କ ମଧ୍ୟରୁ ୧୫୯୦ ଭୋଟର ମତ ସାବ୍ୟସ୍ତ କରିଥିଲେ । ମୋଟାମୋଟି ଭାବେ ଉଭୟ ପଞ୍ଚାୟତରେ ୭୦ରୁ ୭୫ ଶତକଡ଼ା ଭୋଟର ମତଦାନ କରିଥିଲେ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ନିଷ୍ଠାର ସହ ନିଜ କାର୍ଯ୍ୟ ସମାପନ କରିଥିଲେ ।
ବିଡ଼ିଓ ବଂଶୀଧର ଖୋସ୍ଲା, ଅଡ୍ବା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ମୋହନା ଆଇଆଇସି ସୁଜିତ୍ର କୁମାର ନାୟକ ଓ ଉଭୟ ଥାନାର କର୍ମଚାରୀଙ୍କ ଦ୍ୱାରା ଶାନ୍ତି ଶୁଙ୍ଖଳାର ସହ ନିର୍ବାଚନ(ଭୋଟଦାନ ) କାର୍ଯ୍ୟ ଶେଷ ହୋଇଥିଲା। ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ପ୍ରଶାସନ ପକ୍ଷରୁ ୧୫ ତାରିଖରେ ଫଳାଫଳ ଘୋଷଣା କରାଯିବା ବୋଲି ଜିପି ଇଓ ନରସିଂହ ମାଣ୍ଡାଙ୍ଗୀ ସୂଚନା ଦେଇଛନ୍ତି।