ହେଡଲାଇନସ୍:

୫ ଟି ଜିଲ୍ଲାର ସମସ୍ତ ପୌରାଚଂଳର କାର୍ଯ୍ୟସମୀକ୍ଷା, ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଉପରେ ଗୁରୁତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ପ୍ରତିଯୋଗିତା ଲାଗି ଯୋଗ୍ୟ ହେବାକୁ ନଗରଉନ୍ନୟନ ପ୍ରମୁଖ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରାଜ୍ୟର ପୌରାଚଂଳଗୁଡିକରେ ହେଉଥିବା ବିକାଶ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଲାଗି ତଦାରଖ ଓ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ୫-ଟି ଆଧାରରେ କାର୍ଯ୍ୟ ସମ୍ପାଦନ ଲାଗି ନିଦେ୍ର୍ଧଶ ଦିଆଯାଇଛି । ଆଜି ଲୋକସେବାଭବନର ନୂତନ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ୫ ଟି ଜିଲ୍ଲା , ପୁରୀ , ଖୋର୍ଦ୍ଧା , ନୟାଗଡ , ସୋନପୁର ଓ ବୌଦ୍ଧ ଜିଲ୍ଲାର ସମସ୍ତ ପୌରସଂସ୍ଥାର ସମୀକ୍ଷା ଅସରରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।  ସମୀକ୍ଷା କାଳରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ସହର ପୁରସ୍କାର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ପ୍ରମୁଖ ସଚିବ ଶ୍ରୀ ମାଥିଭାଥନନ ସମସ୍ତ ପୌରାଚଂଳ ଯେଭଳି ଏହି ସମ୍ମାନଜନକ ପୁରସ୍କାର ପ୍ରତିଯୋଗୀତାରେ ଅଂଶଗ୍ରହଣ ଲାଗି ଯୋଗ୍ୟ ବିବେଚିତ ହୋଇପାରିବେ ସେହି ଅନୁଯାୟୀ କାର୍ଯ୍ୟକରିବାକୁ ପରାମର୍ଶ ଦେଇଛନ୍ତି । ‘ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା’ ଗଠନ ଲାଗିମିଶନ ମୋଡ୍ରେ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସହରାଚଂଳରେ ସ୍ୱଚ୍ଛତା ଲାଗି ଚଳିତ ବର୍ଷରୁ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ପୁରସ୍କାର ଯୋଜନା କାର୍ଯ୍ୟକାରୀ ହେଉଛି । ଏତଦ୍ବ୍ୟତିତ ନିର୍ମାଣ ବର୍ଜ୍ୟ ପରିଚାଳନା , ମାଇକ୍ରୋ କମ୍ପୋଷ୍ଟିଙ୍ଗ କ୍ଷେତ୍ରକୁ କାର୍ଯ୍ୟକାରୀ କରାଯିବା, ସାମଗ୍ରି ଅସୁଲି ସୁବିଧା ଉପଲବ୍ଧ କରାଯିବା ,ପାନୀୟ ଜଳ ଯୋଗାଣ, ସ୍ମାଟ ଷ୍ଟିଟ୍ ଲାଇଟ ଏବଂ ଜୀବିକା ମିଶନ ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି  । କାର୍ଯ୍ୟକାରୀ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ , ସୁପରିଚାଳନା ଓ ଧାର୍ଯ୍ୟ ଲକ୍ଷ ହାସଲ କରିବା ଦିଗରେ ବିହିତ ପ୍ରଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି  । ବୈଠକରେ ଆର୍ଥିକ ପରିଚାଳନା ଉପରେ ଗୁରୁତ୍ୱ ଆରୋପ କରାଯାଇ ପୈାରପରିଷଦ ଗୁଡ଼ିକ ନିଜର ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରିବା ସାଙ୍ଗକୁ ପ୍ରଦତ ଅର୍ଥର ବିନିଯୋଗ ଓ ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  ।  ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନଙ୍କ  ଅଧକ୍ଷତାରେ

ଉକ୍ତ ବୈଠକରେ ପୈାର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ଅତିରିକ୍ତ ସଚିବ କଲ୍ୟାଣ କୁମାର ରଥ, ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର ଏବଂ ଉପଶାସନ ସଚିବ ତଥା ସୁଡ଼ାର ଅତିରିକ୍ତ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ପ୍ରମୁଖ ସହରାଂଚଳରେ କାର୍ଯ୍ୟକାରୀ ହୋଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ  । ଉକ୍ତ ବୈଠକରେ ସଂପୃକ୍ତ ୫ ଟି ଜିଲ୍ଲାର ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ , ବି.ଏମ୍.ସି କମିଶନର , କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୈାରପରିଷଦର ପଦାଧିକାରୀମାନେ ଯୋଗ ଦେଇଥିଲେ  । 

 

0
0
0
s2sdefault