ହେଡଲାଇନସ୍:

ଏନଏମଏ କେଁ :  ସେବାୟତ କଣ୍ଟ ଦେଲେ ୨୪ ଘଣ୍ଟିଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) କେନ୍ଦ୍ର ସରକାର ନିଜ ଭୁଲ ସୁଧାରି ଗୋଟିଏ ବିବାଦୀୟ ଉପନିୟମକୁ ପ୍ରତ୍ୟାହାର କରିଥିବା ବେଳେ ଏବେ ଅନୁରୂପ ଭାବେ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ (ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଦ୍ୱାରା ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାରି ହୋଇଥିବା ଉପ ନିୟମ ’ ପ୍ରତ୍ୟାହାର ଦାବିରେ ଏକାମ୍ର କ୍ଷେତ୍ରରେ ଜଳିଛି ଅସନ୍ତୋଷର ନିଆଁ | ଏ ପ୍ରସଙ୍ଗରେ ସ୍ଥାନୀୟ ସାଂସଦ ଅପରାଜିତାଙ୍କୁ ନିଖୋଜ ପୋଷ୍ଟର ଲାଗିଥିବା ବେଳେ ସେବାୟତ ମାନେ ଦେଇଛନ୍ତି ଚେତାବନୀ |  ୨୪ ଘଣ୍ଟା ମଧ୍ୟରେ ଏହି ବିବାଦିତ ଉପ ନିୟମ  ପ୍ରତ୍ୟାହାର କରା ନ ଗଲେ ବିରାଟ ଗଣ ଆନ୍ଦୋଳନ ହେବ ଏବଂ ମନ୍ଦିର ଆଗରେ ଦୀପ ଜାଳି ପ୍ରତିବାଦ କରାଯିବ ବୋଲି ବିଭିନ୍ନ ନିଯୋଗ ପକ୍ଷରୁ ଚେତାଇ ଦିଆଯାଇଛି | କେବଳ ସେତିକି ନୁହେ ଏହି ବିବାଦିତ ଅଧିନିୟମ ଏକାମ୍ରକ୍ଷେତ୍ରର ଅଧିଷ୍ଠାତା ଶ୍ରୀ ଶ୍ରୀ ଲିଙ୍ଗରାଜ, ସେବାୟତ ସର୍ବୋପରି ଏକାମ୍ରକ୍ଷେତ୍ରର ସ୍ୱାତନ୍ତ୍ର୍ୟ ନଷ୍ଟ କରିବାର ଆଶଙ୍କା ଥିବା ନେଇ ମବାୟତ ଓ ସ୍ଥାନୀୟ ଜନସାଧାରଣଙ୍କ ଭାବନାକୁ ଗୁରୁତ୍ୱ ଦେଇ  ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋାର୍ଦ୍ଧା ଜିଲ୍ଲାପାଳ ଓ ଦେବୋତ୍ତର କମିଶନର ଏ ପ୍ରସଙ୍ଗରେ ଏନଏମଏର ସଦସ୍ୟ ସଚିବଙ୍କୁ ଗତ ୭ ତାରିଖରେ ପତ୍ର ଲେଖିଛନ୍ତି | ଏହି ଉପ ନିୟମକୁ ପ୍ରତ୍ୟାହାର କରିବା ପାଇଁ ପତ୍ରରେ ଅନୁରୋଧ କରିଛନ୍ତି | ଅପରପକ୍ଷରେ ଏହି ଉପନିୟମ ପ୍ରତ୍ୟାହାର ପାଇଁ  ଲିଙ୍ଗରାଜ ମନ୍ଦିରର ଚାରି ନିଯୋଗ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ୨୪ ଘଣ୍ଟିଆ କଣ୍ଟ ଦିଆଯାଇଛି । 

ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡୁ ନିଯୋଗ ଓ ସମର୍ଥା ନିଯୋଗ ପକ୍ଷରୁ ଲିଙ୍ଗରାଜ ମନ୍ଦିର ସାମନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନଏମଏର ପ୍ରସ୍ତାବିତ ଉପନିୟମଙ୍କୁ ଘୋର ବିରୋଧ କରାଯାଇଥିଲା । ଶ୍ରୀମନ୍ଦିର ପାଇଁ ଉପନିୟମ ଯେଭଳି ପ୍ରଯୁଜ୍ୟ ନୁହେଁ, ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ମଧ୍ୟ ସେମିତି ପ୍ରଯୁଜ୍ୟ ନୁହେଁ । ଠାକୁରଙ୍କୁ ଭାଗ ଭାଗ କରିବାକୁ ହୀନ ଉଦ୍ୟମ କରାଯାଇଛି ବୋଲି ନିଯୋଗ କର୍ମକର୍ତ୍ତାମାନେ ଅଭିଯୋଗ କରି ବେଆଇନ ନିର୍ମାଣ ବେଳେ ୫୦ ବର୍ଷ ଧରି ଏଏସଆଇ କ’ଣ କରୁଥିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ପାଲଟା ସେମାନେ କହିଛନ୍ତି ଯେ, ଏକାମ୍ର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପରେ ସେବାୟତ ଓ ସ୍ଥାନୀୟ ଅଞ୍ଚଳବାସୀ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏଥିପାଇଁ ୨୦୦ ସେବାୟତ ପରିବାର ସେମାନଙ୍କ ଜମି ବି ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ଏନଏମଏର ଏହି ଏକତରଫା ଉପନିୟମ  ଏକାମ୍ର ଐତିହ୍ୟ ବିକାଶ କାର୍ଯ୍ୟରେ ଏହା ବାଧା ସୃଷ୍ଟି କରିବ ବୋଲି ସେମାନେ ଅଭିଯୋଗ କରିଛନ୍ତି | ଭୁବନେଶ୍ୱର ସଂସଦ ଏ ବିଷୟରେ କାହିଁକି ନିରବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସେବାୟତ ମାନେ | 

0
0
0
s2sdefault