ହେଡଲାଇନସ୍:

ପଦ୍ମପୁର ବାଳିକା ହାଇସ୍କୁଲକୁ “ସେଣ୍ଟର ଅଫ୍ ଏକ୍ସସେଲେନ୍ସ୍” ଘୋଷଣା କଲେ ଓଡିଶା ସରକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)    “କରିବା ଓ ଶିଖିବା” ଉକ୍ତିର ସଫଳ ରୂପାୟନ କରିବାର ଉଦ୍ଦେଶ୍ୟ ନେଇ ବାଳିକା ହାଇସ୍କୁଲ ପଦ୍ମପୁରରେ ଆରମ୍ଭ ହୋଇଛି  “ସ୍ୱୟଂସିଦ୍ଧା” କାର୍ଯ୍ୟକ୍ରମ ।  ଏହି କାର୍ଯ୍ୟକ୍ରମରେ  ଛାତ୍ରୀମାନଙ୍କ ସ୍ୱପ୍ରସ୍ତୁତ ପ୍ରକଳ୍ପ  ପ୍ରଦର୍ଶିତ ହୋଇଛି  । ଏହି  ‘ସ୍ୱୟଂସିଦ୍ଧା’  କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଛନ୍ତି  ମୁଖ୍ୟ ଅତିିଥି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ତ୍ରିବିକ୍ରମ ପାଣିଗ୍ରାହୀ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇଥିଲେ  । ବିଶିଷ୍ଟ ବ୍ୟବସାୟୀ ତଥା ଶିକ୍ଷାବିତ୍ ଶ୍ରୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ ପୂର୍ବତନ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋରଞ୍ଜନ ସିଂ ବରିହା ସମ୍ମାନୀତ ଅତିଥି ଭାବରେ ମଂଚାସୀନ ଥିଲେ ।  ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କୁ  “ସେଣ୍ଟର ଅଫ୍ ଏକ୍ସସେଲେନ୍ସ୍” ସ୍କୁଲ୍ ଘୋଷଣାପତ୍ର, ପୁଷ୍ପଗୁଚ୍ଛ ସହ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ  । “ସେଣ୍ଟର ଅଫ୍ ଏକ୍ସସେଲେନ୍ସ୍” ଗାଇଡଲାଇନ ଅନୁଯାୟୀ ସମସ୍ତ ପ୍ରଶାସନିକ ସେବା ଯୋଗାଇଦେବାକୁ ଉପଜିଲ୍ଲାପାଳ   ଘୋଷଣା କରିଥିଲେ  । ବିଦ୍ୟାଳୟର ବରିଷ୍ଠ  ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ଦାଶ ଅତିଥି ପରିଚୟ ଓ ଉଦ୍ଦେଶ୍ୟ  ଜ୍ଞାପନ କରିବା ସଙ୍ଗେ ସଙ୍ଗେ ସଭାକାର୍ଯ୍ୟ ସଂଯୋଜନା କରିଥିଲେ  । ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ମାନସ ରଞ୍ଜନ ଶତପଥି ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନରେ ସହାୟତା କରିଥିଲେ  । ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମର ସଫଳ ରୂପାୟନରେ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ, ଶିକ୍ଷକ ଚିନ୍ତାମଣି ସାହୁ, ଜୀବନାନନ୍ଦ ସାହୁ, ପ୍ରେମାନନ୍ଦ ବେହେରା, ସୁରେଶ ଚନ୍ଦ୍ର ଚୌହାନ, ବାଦଲ କୁମାର ସେଠୀ, ଶିକ୍ଷୟିତ୍ରୀ ମିନତୀ ଦାଶ, ଜ୍ୟୋତିରେଖା ମହାନନ୍ଦ, ସଂଯୁକ୍ତା ରଥ, ତନୁଜା ପ୍ରଧାନ, ସୁଷମା ଦାଶ ସକ୍ରିୟ ଅଂଶ ଗ୍ରହଣ କରିଥିଲେ  । ବିଦ୍ୟାଳୟ କର୍ମଚାରୀ ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ବିଶେଷ ସହାୟତା କରିଥିଲେ  । ଛାତ୍ରୀମାନଙ୍କଦ୍ୱାରା ପ୍ରଥମ ଭାଷା ଓଡିଆ, ଦ୍ୱିତୀୟ ଭାଷା ଇଂରାଜୀ, ତୃତୀୟ ଭାଷା ହିନ୍ଦୀ, ସଂସ୍କୃତ, କୃଷି ବିଜ୍ଞାନ, ମଲଟିସ୍କିଲିଂ, ଗଣିତ, ବିଜ୍ଞାନ, ଇତିହାସ ଓ ଭୂଗୋଳ ମୋଟ ୨୧ ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ଶେଷରେ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।

 

0
0
0
s2sdefault