ହେଡଲାଇନସ୍:

ଦୁର୍ନୀତିକୁ ନେଇ ପଞ୍ଚାୟତ ପ୍ରଶାସନ ଉପରେ  ୫-ଟି  ପାହାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଞ୍ଚାୟତ  ଇଓ ଏବଂ ଜେଇଙ୍କୁ ଜରିମାନା ସହ କାରଣ ଦର୍ଶାଅ ନୋଟିସ୍

(ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ବୁର୍ଡା ଗ୍ରାମ ପଞ୍ଚାୟତରେ ବ୍ୟାପକ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ 5T ତାଗିଦ କରିଥିବା ଜାଣିବାକୁ ମିଳିଛି। 

 ବୁର୍ଡା ପଞ୍ଚାୟତରେ ଆରଟିଆଇ ମାଧ୍ୟମରେ ତଥ୍ୟରୁ ଜାଣିବାକୁ ମିଳିଛି ଯେ ପଞ୍ଚାୟତର ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି। ଦୁର୍ନୀତିକୁ ନେଇ ବିଭିନ୍ନ ସମୟରେ ସରକାରୀ ସ୍ତରରେ ଗ୍ରାମବାସୀଙ୍କ ତରଫରୁ ଅଧିକାରୀମାନଙ୍କୁ ଜଣାଉଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରି ନଥିଲା। ଯାହାଫଳରେ ଶେଷରେ ପଞ୍ଚାୟତବାସୀଙ୍କ ତରଫରୁ ରାଜ୍ୟସରକାରଙ୍କ 5Tଙ୍କୁ ଏବିଷୟରେ ଜଣାଯାଇଥିଲା। କେତେକ କାର୍ଯ୍ୟରେ ଅନିୟମିତତା ହୋଇଥିବା ଜାଣିପାରି ବର୍ତ୍ତମାନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଜେଇଙ୍କୁ ଫାଇନ୍ ଏବଂ କାରଣ ଦର୍ଶାଅ ନୋଟିସ୍ ଆସିଥିବା ଜାଣିବାକୁ ମିଳିଛି। ଯାହାଫଳରେ ବର୍ତ୍ତମାନ ପଞ୍ଚାୟତରେ ଦୁର୍ନୀତି ହୋଇଥିବା ଜାଣିବାକୁ ମିଳିଛି। 

 ପଞ୍ଚାୟତ ମାଧ୍ୟମରେ ହେଉଥିବା ସମସ୍ତ କାର୍ଯ୍ୟଗୁଡିକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଥିଲେ ମଧ୍ୟ କାର୍ଯ୍ୟଗୁଡିକ ସାଧାରଣତଃ ପଞ୍ଚାୟତର ମୁଷ୍ଟିମେୟ ଲୋକଙ୍କ ମାଧ୍ୟମରେ ହୋଇଥାଏ। ଏବଂ ହେଉଥିବା କାର୍ଯ୍ୟର ବିଲ୍ ଗୁଡିକ ଜେଇ,ଏଇ,ସରପଞ୍ଚ ଏବଂ ବିଡିଓଙ୍କ ଦସ୍ତଖତ ପରେ ଯାଇ ଟଙ୍କା ଉଠାଣ ହୋଇଥାଏ। କିନ୍ତୁ କାହିଁକି ତାହେଲେ ପଞ୍ଚାୟତର ଦୁର୍ନୀତିକୁ ନେଇ ସରପଞ୍ଚ, ଏଇ ଏବଂ ବିଡିଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆ ଯାଇନାହିଁ ତାହା ସାଧାରଣରେ ବର୍ତ୍ତମାନ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି। ପଞ୍ଚାୟତରେ ହୋଇଥିବା ଦୁର୍ନୀତିକୁ ତଦନ୍ତ କରି ସରପଞ୍ଚ, ଏଇ ଏବଂ ବିଡିଓଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି ।

0
0
0
s2sdefault