ଧାନ କିଣାରେ ଅବ୍ୟବସ୍ଥା : ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାନ ଗଦାଇଲେ ଚାଷୀ ।
ପଦ୍ମପୁର :- ଚାଷ ଓ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଖରା ବର୍ଷା ଶୀତ ସବୁକୁ ସହି ବହୁ କଷ୍ଟରେ ଚାଷୀ ଧାନ ଚାଷ କରୁଛି । ଧାନ ଅମଲ କରି ସରକାରୀ ମୂଲ୍ୟରେ ବିକ୍ରି କରିବା ପାଇଁ ଚାଷୀ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ନେଉଛି । ହେଲେ ସେଠାରେ ମଧ୍ୟ ଚାଷୀ ଧାନ ବିକ୍ରି ସମୟରେ ବହୁ ସମସ୍ୟାର ସମୁଖୀନ ହେଉଛି । କେତେ ବେଲେ ଟୋକନ ସମସ୍ୟା ତ କେତେବେଲେ ଟାର୍ଗେଟ ସମସ୍ୟା ତ ଆଉ କେତେ ବେଲେ ମଣି ଦାୟିତ୍ବରେ ଥିବା କର୍ମଚାରୀ ଓ ମିଲର୍ସର ଶୋଷଣର ସିକାର ହେଉଛି ଚାଷୀ । ପଦ୍ମପୁର ଉପଖଣ୍ଡରେ ଧାନ କିଣିବା ପାଇଁ ପଦ୍ମପୁର ଆରଏମସି ଅଧିନରେ ସତୁରୀ ଗୋଟି ମଣ୍ଡି ଖୋଲା ଯାଇଛି । ଏହି ସତୁରୀ ଗୋଟି ପଣ୍ଡିରେ ପ୍ରାୟ ଛଅ ଲକ୍ଷ ବସ୍ତା ଧାନ ଖୋଲା ଆକାଶ ତଲେ ପଡି ରହିଛି । ଚାଷୀ ପାଖରେ ବୈଧତା ଟୋକନ ଥିବା ସମୟରେ ସରକାର ପର୍ଯ୍ୟାପ୍ତ ପରିମାଣର ଟାର୍ଗେଟ ଯୋଗାଇ ପାରିଲେ ନାହିଁ । ଦୀର୍ଘ ମାସ ମାସ ଧରି ଚାଷୀ ଧାନ ବିକ୍ରି କରିବା ପରେ ମଧ୍ୟ ଚାଷୀଙ୍କ ଧାନ ବିକ୍ରି ହେଲା ନାହିଁ ଓ ଟୋକନ ବୈଧତା ମଧ୍ୟ ସମାପ୍ତ ହୋଇଗଲା । ଏବେ ଟାର୍ଗେଟ ଅଛି କିନ୍ତୁ ବୈଧତା ଟୋକନ ନଥିବା କାରଣରୁ ଚାଷୀର ଧାନ ବିକ୍ରି ନ ହୋଇ ପଡିରହିଛି । ଖୋଲା ଆକାଶ ତଲେ ପଡି ରହିଥିବା ଧାନ ଦିନର ଟାଣ ଖରା ଓ ରାତିର ଶୀତ କାରଣରେ ବସ୍ତା ଗୁଡିକ ଫାଟି ନଷ୍ଟ ହୋଇଗଲାଣି ଫଲରେ ଧାନ ଗୁଡିକ ତଲେ ପଡି ନଷ୍ଠ ହେଉଛି ଯାହର କ୍ଷତି ଚାଷୀଙ୍କୁ ସହିବାକୁ ପଡ଼ୁଛି । ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଚାଷୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରାକର ସନ୍ତୋଷ ମୂଲକ ଉତ୍ତର ପାଇପାରୁ ନାହାଁନ୍ତି । ଏହାର ପ୍ରତିବାଦରେ ଆଜି ରାଜବୋଡ଼ାସମ୍ବର କୃଷକ ସଂଗଠନ ଆହ୍ବାନରେ ଶହ ଶହ ଚାଷୀ ନିଜ ଟ୍ରାକ୍ଟରରେ ଧାନ ଆଣି ପଦ୍ମପୁର ଉପଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ପକାଇଛନ୍ତି ଏବଂ ଯେ ପର୍ଯ୍ୟନ୍ତ ଚାଷୀଙ୍କୁ ବୈଧତା ଟୋକନ ପ୍ରଦାନ ନକରି ଧାନ କିଣା ନ ଯାଇଛି ସେ ପର୍ଯ୍ୟନ୍ତ ଚାଷୀ ଏଠାରୁ ହଟିବେ ନାହିଁ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।