(ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ ):ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ବାହାମ ସମବାୟ ସମିତି ସମ୍ପାଦକ ସନାତନ ଠେଲାଙ୍କୁ ନିଳମ୍ବିତ କରାଯାଇଛି । ଡିଆରସିଏସ୍ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ବାହାମ ସମାବାୟ ସମିତି ପ୍ରଶାସକ ପ୍ରଫୁଲ୍ଲ କୁମାର ମହାନନ୍ଦ
ତାଙ୍କୁ ନିଳମ୍ବନ କରିଛନ୍ତି । ଧାନ କିଣା ବିକାରାରେ ଅବ୍ୟବସ୍ଥା, ଫସଲ ବୀମା ଯୋଜନା ବାବଦ ତଥ୍ୟ ଅପଲୋଡ୍ କରିବାରେ ଅବହେଳା ଓ ରଣ ଲଗାଣରେ ।ଅନିୟମିତତା ଅଭିଯୋଗକୁ ଆଧାର କରି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା
ସୂଚନା ଦିଆଯାଇଛି। ପ୍ରକାଶ ଥାଉକି ପୂର୍ବରୁ ଜିଲ୍ଲାର ସାହାଁସପୁର, ଧମା,ନୂଆଁମୁରା ଓ ଚାରମାଲ ସମବାୟ ସମ୍ପାଦକଙ୍କୁ ୧୦ ଏକର ରୁ ଅଧିକ ଜମି ଥିବା ଚାଷୀଙ୍କ ନାମ ପଞ୍ଜିକରଣରେ ଅନିୟମିତତା ଅଭିଯୋଗରେ ନିଲମ୍ବିତ କରାଯାଇଛି ।