ଏକାତାଲି ଯଜ୍ଞ ମଣ୍ଡପରେ ଫାଇଲେରିଆର ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ଵାରା ଉଦଘାଟିତ ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଫାଇଲେରିଆ ହେଉଛି ଏକ ମଶାବାହିତ ରୋଗ ।ଏହା ସଂକ୍ରମିତ ମାଈ କ୍ୟୁଲେକ୍ସ ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ ।ଏହାକୁ ନିରାକରଣ କରିବାକୁ ହେଲେ ଆମ ସମସ୍ତଙ୍କୁ ଡି ଇ ସି ଓ ଆଲବେଣ୍ଡାଯ଼ୋଲ ବାଟିକା ଖାଇବାକୁ ପଡିବ ।ଦେଖନ୍ତୁ, ମୁଁ ଆପଣମାନଙ୍କ ସମ୍ମୁଖରେ ଔଷଧ ଖାଉଛି ।ଆପଣମାନେ ମଧ୍ୟ ନିଶ୍ଚୟ ଖାଇବେ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ ଜିଲ୍ଲା ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ କହିଛନ୍ତି ।ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଝାରସୁଗୁଡା ଓ ବେଦାନ୍ତ ର ମିଳିତ ସହଯୋଗ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଡୋଳାମଣି ପଟେଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବିରାଟ ରାଜା ପଧାନ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ପରାମର୍ଶଦାତା ଡ଼ଃ ମଦନମୋହନ ପ୍ରଧାନ, ଭାରତ ସରକାରଙ୍କ ଜାତିୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଅଧିକାରୀ ପି ଜୟରାମ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଆଞ୍ଚଳିକ ସଂଯୋଜକ ଡ଼ଃ ଶ୍ୟାମ ବନ୍ଧୁ ରଥ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ,ବିମଲ ନାଏକ,ଗୋବର୍ଦ୍ଧନ କୁମାର,ସୁଧାଂଶୁ ଶେଖର ପ୍ରଧାନ,କାମୁଏଲ ଲିମା,ସୁଭକାନ୍ତ ପଣ୍ଡା,ବିନି ପଟେଲଙ୍କ ସମେତ ସ୍ଥାନୀୟ ଆଶା,ଅଙ୍ଗନବାଡ଼ି କର୍ମୀ,ଗ୍ରାମବାସୀ ଉପସ୍ଥିତ ଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଆଶା,ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ବେଛାସେବୀ ଘରକୁ ଘର ଯାଇ ଏହି ଔଷଧ ସେବନ କରାଇବେ ।