ହେଡଲାଇନସ୍:

ସଞ୍ଜୟଙ୍କ ହାତରେ ପ୍ରେମ ପାହାଡ ହେଲା ଆଲୋକିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସ ବର୍ମାଙ୍କ ରାୟଗଡ ଜିଲ୍ଲା ଗସ୍ତ  

ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ପ୍ରେମ ପାହାଡର ସୌନ୍ଦର୍ଯ୍ୟକରଣ ଆଲୋକିକରଣକୁ କଲେ ଲୋକାର୍ପିତ l 

ରାୟଗଡ/ସରୋଜ କୁମାର ସାହୁ; ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ  ସଞ୍ଜୟ ଦାସ ବର୍ମାଙ୍କ ରାୟଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା  ଗୁଡିକର ଉଦ୍‍ଘାଟନ କରିଛନ୍ତି ।  ଆଜି ସକାଳ ୧୦.୦୦ ଘଟିକା ଠାରେ ବଡ ଚାନ୍ଦିଲି ଗ୍ରାମରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ଉଦ୍‍ଘାଟନ କରିଛନ୍ତି । ଟ.୭୮.୩୬ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ପ୍ରକଳ୍ପ ଦ୍ୱାରା ୧ ଲକ୍ଷ ଲିଟର ପାଣି ଦୈନିକ ୧୮୫ ପରିବାରକୁ ଟେପ ଯୋଗେ ଯୋଗାଇ ଦିଆଯିବା ଏବଂ ଉଦ୍‍ଘାଟନ ଉତ୍ସବରେ ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଶ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଶ୍ରୀ ଏନ୍‍.ଭାସ୍କର ରାଓ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗ ।ଧର ପୂଆଲା ବ୍ଲକ ଅଧ୍ୟକ୍ଷ ପେଦେଣ୍ଟି ରାମାଲୁ, ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ସେହିପରି ଅପରାହ୍ନରେ ରାୟଗଡ ବ୍ଲକର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁମାପାଇ ଗ୍ରାମରେ 5ଲକ୍ଷ  ଟଙ୍କା ବ୍ୟୟରେ ନୂତନ ନିର୍ମିତ ଅଙ୍ଗନବାଡି କେନ୍ଦ୍ରକୁ ଉଦ୍‍ଘାଟନ କରିଥିଲେ । ସେହିପରି ସଂଧ୍ୟା ୫.୩୦ମି ସମୟରେ ରାୟଗଡ ସଦର ଉପକଣ୍ଠ ଥିବା ପ୍ରେମ ପାହାଡରେ ତିନି କୋଟି ବାର ଲକ୍ଷ୍ୟ ବ୍ୟୟରେ  ସୌନ୍ଦର୍ଯ୍ୟକରଣ ଓ ଆଲୋକିକରଣ କାର୍ଯ୍ୟକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା, ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ଓ ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ଶ୍ରୀ  ସାରକା, ରାଜ୍ୟସଭା ସାଂସଦ ଶ୍ରୀ  ରାଓ,ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗୋମlଙ୍ଗ, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୂଆଲା,ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା  ଯୋଜନା  ଅଧିକାରୀ ଶ୍ରୀ ଭାସ୍କର ଜେନା ପ୍ରମୁଖ ଯୋଗଦାନ କରିଥିଲେ । ପ୍ରେମ ପାହାଡ ସୈନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ଯୋଗୁଁ ସହରର ଜନସାଧାରଣ ଏହି ପାହାଡରେ ଚିତ୍ତୋବିନୋଦନ କରିବା ସହ ପ୍ରତ୍ୟେହ ସକାଳ ସଂନ୍ଧ୍ୟା ପରିଚାଳନା କରୁଛନ୍ତି ।

ଏହାପରେ ସ୍ଥାନୀୟ ଗୁରୁମଗୁଡା ଗ୍ରୀନ ଫିଲଡ ଠାରେ 88ଲକ୍ଷ ଟଙ୍କା ବ୍ୟୟରେ  ଆଲୋକୀକରଣ କାର୍ଯ୍ୟକୁ  ଉପାଧ୍ୟାକ୍ଷ ଓ  ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତୀରେ ଉଦଘାଟନ କରିଥିଲେ l ଏହାପରେ ସ୍ଥାନୀୟ ଜିଲାନଙ୍କ ସମ୍ମିଲାନି କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ l  ଏହି ବୈଠକରେ ମୁଖ୍ୟତଃ ଖରିଫ ଧlନ ସଂଗ୍ରହ, ମେଗା ଜଲଯୋଗଣ ଯୋଜନା ଓ କୃଷି ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଧେଶକ ଦିଆରଡି ଏ, ଜିଲା ମୁଖ୍ୟ କୃଷି ଅଧିକାରୀ, ଉପ ନିବନ୍ଧକ ସମବାୟ ସଂସ୍ଥା, ନିର୍ବାହୀ ଯନ୍ତ୍ରୀ ଗ୍ରାମୀୟ ଜାଲଯୋଗlଣ ସଂସ୍ଥା, ଯଂସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଯୋଗଣା ଅଧିକାରୀ  ଆଦି ଯୋଗଦେଇଥିଲେ l

0
0
0
s2sdefault