ହେଡଲାଇନସ୍:

ବାବୁଙ୍କ ଜାଣତରେ ଚାଲିଛି କି ଠିକାଦାରଙ୍କ ମନମାନି !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନହେଲେ କାର୍ଯ୍ୟାନୁଷ୍ଠାନ ଭୟ ଥାଇ ବି ଠିକାଦାରଙ୍କ ଆଦତ ବଦଳୁନି !

ପଦ୍ମପୁର- ଗ୍ରାମାଞ୍ଚଳକୁ ସିଧାସଳଖ ସହରାଞ୍ଚଳ ତଥା ସଦରମହକୁମା ସହ ଯୋଡିବା ପାଇଁ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପକ୍କା ସଡ଼କ ନିର୍ମାଣ କରାଯାଇଛି । ଯେଉଁ ଯାଗାରେ ଯୋଗାଯୋଗ ପାଇଁ ନଦୀ ବାଧା ସୄଷ୍ଟି କରୁଛି ସେହି ସ୍ଥାନରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କରାଯାଉଛି । ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ କିଛି ସ୍ଥାନରେ ନିର୍ମାଣଧିନ ପୋଲ ତଥା ନିର୍ମାଣର ଅଳ୍ପ ଦିନରେ ଭାଙ୍ଗି ଯାଉଥିବା ଖବର ସାମ୍ନାକୁ ଆସିଛି। ଏପରି ସ୍ଥିତିରେ ସରକାରଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ,ହେଲେ ସେହିଭଲି ଖାମଖିଆଲି ମନୋଭାବ ତଥା ନିମ୍ନମାନର କାମ ବନ୍ଦ ହେଉନାହିଁ । ଯନ୍ତ୍ରୀବାବୁଙ୍କ ଜାଣତରେ ଚାଲିଛି କି ଠିକାଦାରଙ୍କ ମନମାନି ! ନହେଲେ କାର୍ଯ୍ୟାନୁଷ୍ଠାନ ଭୟ ଥାଇ ବି ଠିକାଦାରଙ୍କ ଆଦତ ବଦଳୁନି !

ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦେଉଲି ଠାରେ ଥିବା ନଦୀ ଉପରେ ବିଜୁ ସେତୁ ଯୋଜନା ମାଧ୍ୟମରେ ଏକ ପୋଲ ନିର୍ମାଣ କରାଯାଉଛି । ଏହି ପୋଲ ନିର୍ମାଣ ହେଲେ ଚାରପାଲି ଏବଂ କନସିଂହା ପଞ୍ଚାୟତର ଜନସାଧାରଣ ସହଜରେ ପଦ୍ମପୁର ସହର ସହ ଯୋଡି ହୋଇ ପାରିବେ । ଯାହାର ନିର୍ମାଣ ଭାର ଏଲଏନଆଇସି ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାକୁ  ଦିଆ  ଯାଇଛି। ୨୪୫.୦୪ ମିଟର ଦୈର୍ଘ୍ୟ ଓ ୭.୫ ମିଟର ପ୍ରସ୍ଥ ବିଶିଷ୍ଟ ଏହି ପୋଲର ମୂଲ୍ୟ ରହିଛି ୧୦୪୪.୮୫ ଲକ୍ଷ ଟଙ୍କା । ଏହି ପୋଲ ନିର୍ମାଣ କାର୍ଯ୍ୟ ୦୯/୧୦/୨୦୧୮ ରୁ ଆରମ୍ଭ ହୋଇ ୦୮/୧୦/୨୦୨୦ ରେ ସମାପ୍ତ ହେବା କଥା କିନ୍ତୁ ଦୀର୍ଘଦିନ ହୋଇଯାଇଥିଲେ ମଧ୍ୟ ପୋଲ କାର୍ଯ୍ୟ ସମାପ୍ତ ହୋଇନାହିଁ। ଅନ୍ୟ ପଟେ ପୋଲଟି ଅତି ନିମ୍ନ ମାନର କାମ ହୋଇଥିବା ଅଭିଯୋଗ ହେଉଛି । ପୋଲର ସାଇଟ କାନ୍ଥ ପ୍ୟାକିଙ୍ଗରେ ମଜବୁତ କଟିଙ୍ଗ ପଥର ବ୍ୟବହାର ହେବା ବଦଳରେ ନଦୀଟୁ ଗୋଟା ଯାଇଥିବା ପଥର ବ୍ୟବହାର ହେଉଥିବା ଦେଖିବାକୁ ମିଲିଛି । ଯାହା ଦ୍ବାରା କମ ଦିନ ମଧ୍ୟରେ ପ୍ୟାକିଙ୍ଗ ଭାଙ୍ଗି ଯିବାର ସମ୍ଭାବନା ରହିଛି । ରାଜ୍ୟ ସରକାର ଲୋକଙ୍କ ପାଇଁ ବରାଦ କରୁଥିବା ଅର୍ଥରୁ ଖର୍ଚ କାଟ କରି ଠିକାଦାର ଓଯନ୍ତ୍ରୀଙ୍କ ପାକେଟ ଭରିବା ପାଇଁ ଏ ମହତ କାର୍ଯ୍ୟ ଉଦ୍ଦିଷ୍ଟ ନୁହେଁ ତ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । 

ଏ ବିଷୟରେ ବିଭାଗୀୟ ଏକଜିକ୍ୟୁଟିବ ଇଂଜିନିୟରଙ୍କୁ ପଚରା ଯିବାରୁ ସେ ଏ ବିଷୟରେ ପୋଲକୁ ଯାଇ ତଦନ୍ତ କରିବେ ଏବଂ ଏ ଭଲି କାର୍ଯ୍ୟ କରାଯାଇଥିଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

0
0
0
s2sdefault