ହେଡଲାଇନସ୍:

ଜିଲ୍ଲାପାଳ ଓ ଏସପି ନେଲେ କୋଭିଡ ଟୀକା, ବିନା ଦ୍ବିଧାରେ ଟୀକା ନେବାକୁ କଲେ ଅନୁରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବଲାଙ୍ଗୀର (ନିରୋଜ ମିଶ୍ର) :ବଲାଙ୍ଗିରରେ ଜିଲ୍ଲା ଓ ପୋଲିସ ପ୍ରଶାସନ ର ଫ୍ରଣ୍ଟ ଲାଇନ୍ କୋଭିଡ୍ ଯୋଦ୍ଧାଙ୍କୁ ଦିଆଗଲା କରୋନା ଟୀକା ବଲାଙ୍ଗିର ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କୋଭିଡ୍ ଟୀକାକରଣ ଶିବିର ରେ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ଓ ଏସପି ନିତିନ କୁସଲକର୍ କୋଭିସିଲ୍ଡ ଟୀକା ନେଇଛନ୍ତି | ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଭୀମ ସାହୁଙ୍କ ପ୍ରତ୍ୟକ୍ଷ  ତତ୍ବାବଧାନରେ ଜିଲ୍ଲାପାଳ, ଏସପି ଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନଙ୍କୁ କୋଭିଡ୍ ଟୀକା ର ପ୍ରଥମ ଡୋଜ୍ ହିସାବରେ କୋଭିସିଲ୍ଡ ଟୀକା ଦିଆଯାଇଛି | ଏହି ଟୀକା ସଂପୂର୍ଣ୍ଣ  ସୁରକ୍ଷିତ  ହୋଇଥିବା ବେଳେ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରୀୟା ନଥିବା ବଲାଙ୍ଗିର ଏସପି ନିତିନ କୁସଲକର୍ ପ୍ରକାଶ କରିଛନ୍ତି | ସେହିପରି କୋଭିଡ୍ ଟୀକା ସଂପୂର୍ଣ୍ଣ ବିପଦମୁକ୍ତ ହୋଇଥିବା ବେଳେ ଜିଲ୍ଲାବାସୀ କୌଣସି ଭୟ ନ କରି କୋଭିଡ୍ ଟୀକା ନେବାକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ଜିଲ୍ଲାବାସୀଙ୍କୁ ଆହ୍ବାନ ଜଣାଇଛନ୍ତି ।

0
0
0
s2sdefault