ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଦିଲ୍ଲୀ ରେ କୃଷକ ମାନେ ଓ କଂଗେସ ଦଳ କେନ୍ଦ୍ର ସରକାରଙ୍କ କୃଷି ବିଲ କୁ ବିରୋଧ କରି ଦିନ ୧୨ ଟା ରୁ ୩ ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଅଖ ଚକ ଜାମ କରିବାପାଇଁ ଦେଶ ବାସୀଙ୍କୁ ଆହ୍ବାନ କରିଛନ୍ତି। ଏହାର ର ପ୍ରଭାବ ଟିଟିଲାଗଡ ରେ ମଧ୍ୟ ଦେଖା ଦେଇଥିଲା। ରାଜ୍ୟ ଯୁବ କଂଗ୍ରେସ ର ଉପ ସଭାପତି ବିରେନ୍ଦ୍ର ବାଗ ଙ୍କ ନେତୃତ୍ୱରେ ଶ୍ରମିକ ନେତା ବାଳକୃଷ୍ଣ ଷଣ୍ଢ , କଂଗ୍ରେସ ନେତା କର୍ମୀ ପ୍ରଭାସ ବହିଦାର, ଓ ବିଭିନ୍ନ କଂଗେସ ନେତା ଓ ସ୍ଥାନୀୟ ଚାଷୀ ଟିଟିଲାଗଡ ଥାନା ଅନ୍ତର୍ଗତ ଦେଶିଲ ଗ୍ରାମ ପାଖରେ ଜାତୀୟ ରାଜପଥ ୫୯ କୁ ଅବରୋଧ କରି କେନ୍ଦ୍ର ସରକାର ଙ୍କ କୃଷକ ବିରୋଧୀ ବିଲ କୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ଏହା ସହ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ଅନେକ ମଣ୍ଡି ରେ ଧାନ ଗୁଡ଼ିକ ପଡ଼ିରହିବା, ଚାଷୀ ଙ୍କୁ ଟୋକନ ନ ମିଳିବା, ଟାର୍ଗେଟ ସରିଯିବା, କଟଣି ଛଟଣୀ ଆଦି ବିଭିନ୍ନ ସମସ୍ୟା ର ଯଥା ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ଙ୍କୁ ଓ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ଆନ୍ଦୋଳନ ସମୟ ରେ ମାନବିକତା ଦେଖାଇ ଆନ୍ଦୋଳନକାରୀ ମାନେ ଆମ୍ବୁଲାନ୍ସ କୁ ରାସ୍ତା ଛାଡି ଦେଇଥିବା ଦେଖିବାକୁ ମିଳିଥିଲା।
ରାଜ୍ୟ
ଟିଟିଲାଗଡରେ ଦିଲ୍ଲୀ ଚାଷୀ ଆନ୍ଦୋଳନର ପ୍ରଭାବ ।
- Hits: 304








