ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚକ୍କା ଜାମ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ ତୁଳମଣି ନାଗ( ଶାସକ ପ୍ରଶାସକ)-ଆଜି  ଜାତୀୟ ରାଜପଥ୨୬ କୁଟୁରୁଖମାର  ଛକ ଠାରେ ଅପରାହ୍ନ ୧୨ଘ. ଠାରୁ ୦୨ ଘ. ପର୍ଯ୍ୟନ୍ତ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଏବଂ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ଓ ବହୁଜନ କ୍ରାନ୍ତି ମୋର୍ଚ୍ଚା ର ସମର୍ଥନ ରେ  କେନ୍ଦ୍ର ସରକାର ଦ୍ୱାରା ଅଣା ଯାଇଥିବା ୩ ଗୋଟି କଳାକାନୁନ ବିରୋଧରେ ଚକା ଜାମ  ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନରେ  ପଶ୍ଚିମ ଓଡିଶା କୃଷକ ସମନୟ ସମିତି ର ଆବାହକ ନିରଞ୍ଜନ ପ୍ରଧାନ, ରାଷ୍ଟ୍ରିୟ କିଷାନ ମୋର୍ଚାର ରାଜ୍ୟ ସଭାପତି କୀର୍ତି ଚନ୍ଦ୍ର ଗଉଡ଼ ,  ବହୁଜନ କ୍ରାନ୍ତି ମୋର୍ଚ୍ଚା ର ଜିଲ୍ଲା ସଭାପତି ରିଷିସୁଦନ ଛତ୍ରପାଲ , ରାଷ୍ଟ୍ରିୟ ମୂଳନୀବାସୀ ମହିଳା ସଂଘ ରାଜ୍ୟ  ସଭାନେତ୍ରୀ କମଳିନୀ ଯାଦବ , ଲଷ୍ମୀ ମାଝୀ , ତୁଳମଣି ନାଗ,ବିଶ୍ଵପତି ଦୁର୍ଗା ,  ସୁରେଶ ଚନ୍ଦନ, ମହେନ୍ଦ୍ର ଧଙ୍ଗଡ଼ାମାଝୀ, ଠାକୁର ମଙ୍ଗରାଜ , ସରତ ସାହୁ, ରୁକଧର ମାଝୀ,ଲିଙ୍ଗରାଜ ଆଜାଦ, କଲିମୁଲ୍ଲା ଖାଁ ,କରୁଣା ଚଣ୍ଡୀ, ଧର୍ମେନ୍ଦ୍ର ନାଗ, ଉପେନ୍ଦ୍ର ଚଲାନ, ପୁର୍ଣ ଚନ୍ଦ୍ର ପ୍ରଧାନ, ଅହିଧ୍ଵଜ  ନାଗ, ଜଗଦୀଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ଓ କେନ୍ଦ୍ର ସରକାର ଦ୍ୱାରା ପାରିତ ୩ ଗୋଟି କଳା କାନୁନ ବିରୋଧରେ ଉଦ୍ବୋଧନ ଦେଇଥିଲେ ଓ ଲକ୍ଷ୍ମୀ କର ଧନ୍ୟବାଦ ଦେଇଥିଲେ ।

0
0
0
s2sdefault