ସମ୍ବଲପୁର ଜିଲ୍ଲାରେ ହାତୀ ଉପଦ୍ରବ ସମସ୍ୟା ପ୍ରତିକାର ପାଇଁ ଉଦ୍ୟମ କରୁନାହାଁନ୍ତି ବିଭାଗୀୟ ଅଧିକାରୀ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ବର୍ତ୍ତମାନ ସମଗ୍ର ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳରେ ଲୋକେ ଦନ୍ତାହାତୀ ଆତଙ୍କରେ ଭୟଭୀତ ହୋଇ ଜୀବନ ବିତାଉଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା ଜୁଜୁମୁରା ,ନାକଟିଦେଉଲ ,ରେଢାଖୋଲ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ହାତୀ ଙ୍କ ଆତଙ୍କରାଜ ଚାଲିଛି । ସ୍ଥିତି ଏପରି ଅଛି ଯେ ରାତି ପାଇଲେ ଲୋକେ ଘରେ ଥାଇ ଡ଼ରି ନିଜକୁ ସୁରକ୍ଷିତ ମଣୁନାହାନ୍ତି । ତେବେ ବନବିଭାଗ ହାତୀ ଙ୍କ ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପଦକ୍ଷେପ ନ ନେଇ ନିରବଦ୍ରଷ୍ଟା ସାଜିଥିବା ସାଧାରଣ ରେ ଅଭିଯୋଗ ହୋଇଛି ।
ସମ୍ବଲପୁର ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳରେ ଚାଲିଛି ବର୍ତ୍ତମାନ ବଣୁଆ ଦନ୍ତାହାତୀ ଙ୍କ ଆତଙ୍କ ରାଜ । ଜିଲ୍ଲାର ଜୁଜୁମୁରା, ନାକଟିଦେଉଲ ,ରେଡାଖୋଲ ବନବିଭାଗ ରେଞ୍ଜରେ ରାତି ପାଇଲେ ଲୋକେ ନିଜକୁ ଘର ଭିତରେ ଥାଇ ବି ସୁରକ୍ଷିତ ଭାବୁନାହାନ୍ତି । କାହିଁକି ନା କେଉଁ ମୁହୁର୍ତ୍ତରେ ବଣୁଆ ଦନ୍ତା ହାତୀ ଯେ ଗ୍ରାମକୁ ଆସି ଖାଦ୍ୟ ପାଇଁ ଘରକୁ ପଶି ଆକ୍ରମଣ କରିବ କହିହେବନାହି । ଏପରି ଭୟର ବାତାବରଣ ରେ ଜୀବନ ବିତାଉଛନ୍ତି ଲୋକେ । ବିଶେଷ କରି ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ବାହାମ ,ମୁଣ୍ଡେର, ଝାଙ୍କରପାଲି ,ଜୁଜୁମୁରା ଅଞ୍ଚଳରେ ପରିସ୍ଥିତି ବହୁତ ଜଟିଳ । ସଂଧ୍ୟା ହେଉ ହେଉ ଏହି ସବୁ ଅଞ୍ଚଳକୁ ଆସିଥାନ୍ତି ବହୁ ସଂଖ୍ୟାରେ ହାତିପଳ । ବଣୁଆ ହାତୀ ଘରଦ୍ୱାର ଭାଙ୍ଗିବା ସହ ସବୁ ଧାନଫସଲ ନଷ୍ଟ କରି ଦେବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଥିବା କ୍ଷୋଭର ସହ ଲୋକେ ଅଭିଯୋଗ କରିଛନ୍ତି ।
ନିକଟରେ ଜିଲ୍ଲା ର ବାହାମ , ମୁଣ୍ଡେର ଗ୍ରାମକୁ ଦନ୍ତାହାତୀ ଯାଇ ଲୋକଙ୍କ ରାତିରେ ନିଦ ହଜାଇ ଦେଉଛି । ଏପରିକି ଘରେ ଖିଆ ପିଆ ମଧ୍ୟ ବନ୍ଦ ହେଇଯାଉଛି। ପ୍ରତିଦିନ ବିଳମ୍ବିତ ରାତିରେ ଦନ୍ତା ଜଙ୍ଗଲ ଭିତରୁ ଖାଦ୍ୟ ଅନ୍ୱେଷଣରେ ଆସି ଲୋକଙ୍କର ଅନେକ କ୍ଷୟ କ୍ଷତି ଘଟାଉଛି। ଏହି ଅଞ୍ଚଳକୁ ବାରମ୍ବାର ହାତୀ ଆସୁଥିବାରୁ ଅଞ୍ଚଳବାସୀ ସ୍ଥାୟୀ ସମାଧାନ ପାଇଁ ଗୁହାରି କରିଛନ୍ତି। ତେବେ ବନବିଭାଗ ହାତୀ ଉପଦ୍ରବ ପାଇଁ ପଦକ୍ଷେପ ନେବା କଥା କହି ନିଜ ଉପରୁ ଦୋଷ ହଟାଇବାକୁ ଚେଷ୍ଟା କରୁଛି । ଅପରପକ୍ଷରେ ସ୍ଥାନୀୟ ବିଧାୟକ କହିଛନ୍ତି ଯେ ସମଗ୍ର ରେଢାଖୋଲ ବିଧାନସଭା ଅଞ୍ଚଳରେ ହାତୀ ଉପଦ୍ରବ ସମସ୍ୟା ଲାଗିରହିଛି । ଏନେଇ ସେ ନିଜେ ଜଙ୍ଗଲ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ହାତୀ ଯେଭଲି ଖାଦ୍ୟ ଅନ୍ୱେଷଣରେ ଗ୍ରାମାଞ୍ଚଳ କୁ ଆସିବ ନାହିଁ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା ବିଧାୟକ କହିଛନ୍ତି ।
ସମ୍ବଲପୁର ଜିଲ୍ଲା ର ଗ୍ରାମାଞ୍ଚଳର ଲୋକେ ହାତୀ ଉପଦ୍ରବ ସମାଧାନ ପାଇଁ ପ୍ରସାସନ କୁ ବାରମ୍ବାର ଗୁହାରି କରି ଅତିଷ୍ଟ ହୋଇପଡିଛନ୍ତି । ଆଗକୁ ଯଦି ଶୀଘ୍ର ଏହାର ପ୍ରତିକାର କରାନଯାଏ ତେବେ ଲୋକେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।