ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଉପଖଣ୍ଡର ଯୁବକ ସଂଘ ଗୁଡିକରେ ସମନ୍ୱୟ ସମିତିର ସହାୟତାରେ ସ୍ଥାନୀୟ ଯାଦବ ଭବନ ସଭା କକ୍ଷରେ ଉପଖଣ୍ଡ ସ୍ତରୀୟ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ମାରୀଆନୁଷ ଵିଲୁଙ୍ଗ ଙ୍କ ସଭାପତିତ୍ବ ଓ ବ୍ଲକ ସଂଯୋଜକ ସରୋଜ ମେହେର ଙ୍କ ସଂଯୋଜନାରେ ଆୟୋଜିତ ଏଇ କାର୍ଯ୍ୟକ୍ରମ ରେ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀ ସଦାନନ୍ଦ କିସାନ ଉଦଘାଟକ ସମ୍ବଲପୁର ଏନ୍.ଏସ.ସି.ବି କଲେଜ ର ପ୍ରାଧ୍ୟାପକ ଡକ୍ଟର ବିଶ୍ୱମୋହନ ଜେନା ମୁଖ୍ୟ ଅତିଥି,ସମାଜ ସେବୀ ଓ କୁଟୁରାଚୁଆଁ ଅଧ୍ଯକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଓ ନେହେରୁ ଯୁବକେନ୍ଦ୍ର ପୂର୍ବତନ ଅଧିକାରୀ ଇନ୍ଦ୍ରଜିତ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜଳ ସଂରକ୍ଷଣ,ସଡ଼କ ସୁରକ୍ଷା,ରକ୍ତଦାନ ଅଭିଯାନ ଓ ଯୁବ ନେତୃତ୍ବର ଆଵଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ କରୋନା ମହାମାରୀ ସମୟରେ ଯୁବ କେନ୍ଦ୍ର ସହିତ ସାମିଲ ହୋଇ ଉଲ୍ଲେଖନୀୟ ସମାଜ ସେବା କରିଥିବାରୁ ସୁବାସ ନାୟକ ଙ୍କୁ ସମ୍ମାନିତ କରାଯାଇଥିଲା l ପ୍ରାମ୍ଭରେ ଅତିଥି ଗଣ ସ୍ବାମୀ ବିବେକାନନ୍ଦ ଓ ନେତାଜୀ ସୁଭାଷ ଙ୍କ ତୈଳ ଚିତ୍ର ରେ ମାଲ୍ୟାର୍ପଣ କରିଥିବା ବେଳେ ଶେଷରେ ମିଳିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା l ଉପଖଣ୍ଡ ର ଚାଳିଶ ଗୋଟି ସଂଘ କୁ ଶତାଧିକ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଗଗନ ଶର୍ମା, ଜୟ କିଶୋର ମହାପାତ୍ର, ସ୍ବେଚ୍ଛାସେବୀ ପ୍ରବୀର ବେହେରା,ଚନ୍ଦନ ମାକର,ଶିବାନୀ ବାଘ,ଦୟାସାଗର ପଟ୍ଟା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।