ଦ୍ୱିତୀୟ ପର୍ଯ୍ୟାୟ ଟୀକା କରଣ ଆଜିଠାରୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Image result for covaxin vaccination in india

ଆଗଧାଡ଼ିର କରୋନା  ଯୁଦ୍ଧାଙ୍କୁ ଦିଆଯିବ ଟୀକା

ବାରିପଦା(ଦିଲ୍ଲୀପ ମହାନ୍ତି)-  ମୟୂରଭଞ୍ଜ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଟୀକା କରଣ ଫେବୃଆରୀ ୬ରୁ ଆରମ୍ଭ ହେବ । ଏଥିନିମନ୍ତେ କରୋନା ମହାମାରୀରେ ଆଗଧାଡ଼ିରେ ରହି ସହଯୋଗ କରିଆସୁଥିବା ଯୁଦ୍ଧାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ  କରାଯାଇଛି । ଏମାନଙ୍କ ମଧ୍ୟରେ ସରକାରଙ୍କ ରାଜସ୍ୱ ବିଭାଗ, ଅବକାରୀ, ଅଗ୍ନିଶମ, ପୌରପରିଷଦ, ଆରକ୍ଷୀ ବିଭାଗ ସମେତ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରମୁଖଙ୍କୁ ସାମିଲ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରେ ୭ ହଜାର ୨ ଶହ ୭୧ ଜଣଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା କରୋନା ଯୁଦ୍ଧାମାନଙ୍କୁ ଜିଲ୍ଲା ହେଡ଼କ୍ୱାଟାରରେ ୪ଟି ବୋଥ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କାର୍ଯ୍ୟାଳୟ ପରିସରରେ ଥିବା ଇ-ଫେସିଲେସନ ସେଣ୍ଟର, ରିଜର୍ଭ ପୁଲିସ ଅଫିସ, ରଙ୍ଗାମାଟିଆସ୍ଥିତ ୫ମ ବାଟାଲିଅନ ଏବଂ ବାରିପଦା ସଦର ବ୍ଲକରେ ଟୀକା କରଣ ପାଇଁ ଖୋଲାଯାଇଥିବା  ବୋଥଗୁଡ଼ିକରେ ଟୀକା କରଣ କରାଯିବ । ଏଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇସାରିଥିବା ବେଳେ ବୋଥଗୁଡ଼ିକରେ ଟୀକା କରଣ ଦାୟିତ୍ୱରେ ୫ ଜଣ ଲେଖାଏଁ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଇ-ଫେସିଲେସନ ସେଣ୍ଟରରେ ପୂର୍ବାହ୍ନ ସାଢେ଼ ୯ରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଟୀକା କରଣ ର ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ସମସ୍ତ ବୋଥ ଗୁଡ଼ିକରେ ପୂର୍ବାହ୍ନ ୯ରୁ ୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

0
0
0
s2sdefault