୬ ଟି ଜିଲ୍ଲାର ଏନ୍.ଏ.ସି ଓ ପୌରପାଳିକାର ସମୀକ୍ଷା: ପରିମଳ ଓ ଜାଗା ମିଶନ ଉପରେ ଗୁରୁତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ)-  ସହରାଂଚଳରେ ପରିମଳ ଓ ଜାଗା ମିଶନ ଉପରେ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ପରାମର୍ଶ ଦେଇଛନ୍ତି । ଶ୍ରୀ ଜି.ମାଥିଭାଥନନ୍ ଆଜି ବ୍ୟାସନଗର ଠାରେ ୬ ଗୋଟି ଜିଲ୍ଲା , କଟକ , କେନ୍ଦ୍ରାପଡା , ଯାଜପୁର , ଜଗତସିଂହପୁର , ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର ସମସ୍ତ ଏନ୍.ଏ.ସି ଏବଂ ପୌରପାଳିକା ଗୁଡିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ସଂପର୍କରେ ସମୀକ୍ଷା କରିଛନ୍ତି । ନିଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ପରାମର୍ଶ ଦେଇଛନ୍ତି  । ପୈାରପରିଷଦର ଅଧିକାରୀ ମାନେ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଓ ଦକ୍ଷତା ପ୍ରଦର୍ଶନ କରି ସହରାଚଂଳ ଗୁଡିକର ବିକାଶ ଦିଗରେ କାର୍ଯ୍ୟକରିବାକୁ କହିଛନ୍ତିା  କର୍ତବ୍ୟରେ ଅବହେଳା , ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ନକରିବା ଆଦିକୁ ଗୁରୁତର ସହ ବିଚାରକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଶ୍ରୀ ମାଥିଭାଥନନ୍ ସତର୍କ କରେଇଦେଇଛନ୍ତି  । ଜାଗା ମିଶନ, ମାଇକ୍ରୋ କମ୍ପୋଷ୍ଟିଙ୍ଗ କ୍ଷେତ୍ରକୁ କାର୍ଯ୍ୟକାରୀ କରାଯିବା, ସାମଗ୍ରି ଅସୁଲି ସୁବିଧା ଉପଲବ୍ଧ କରାଯିବା ,ପାନୀୟ ଜଳଯୋଗାଣ, ସ୍ମାର୍ଟ ଷ୍ଟ୍ରିଟ ଲାଇଟ ଏବଂ ଜୀବିକା ମିଶନ ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି  । କାର୍ଯ୍ୟକାରୀକରାଯାଉଥିବା ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ , ସୁପରିଚାଳନା ଓ ଧାର୍ଯ୍ୟ ଲକ୍ଷ ହାସଲ କରିବା ଦିଗରେ ବିହିତ ପ୍ରଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି  । ବୈଠକରେ ଆର୍ଥିକ ପରି·ଳନା ଉପରେ ଗୁରୁତ୍ୱ ଆରୋପ କରାଯାଇ ପୈାରପରିଷଦ ଗୁଡ଼ିକ ନିଜର ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରିବା ସାଙ୍ଗକୁ ପ୍ରଦତ ଅର୍ଥର ବିନିଯୋଗ ଓ ବିନିଯୋଗ ପ୍ରମାଣ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ପରିମଳ ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା  ।

 ବ୍ୟାସନଗର ଠାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଙ୍କ ଅଧକ୍ଷତାରେ ଅନୁଷ୍ଠିତ  ଉକ୍ତ ବୈଠକରେ ପୈାର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ଅତିରିକ୍ତ ସଚିବ କଲ୍ୟାଣ କୁମାର ରଥ, ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର ଏବଂ ଉପଶାସନ ସଚିବ ତଥା ସୁଡ଼ାର ଅତିରିକ୍ତ ନିର୍ଦ୍ଦେଶକ  ସାରଦା ପ୍ରସାଦ ପଣ୍ଡା ସହରାଂଚଳରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ  ।

ଉକ୍ତ ବୈଠକରେ ସଂପୃକ୍ତ ୬ ଟି ଜିଲ୍ଲାର ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ , ସି.ଏମ୍.ସି କମିଶନର , କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲାପ୍ରଶାସନ ଓ ପୈାରପରିଷଦର ପଦାଧିକାରୀମାନେ ଯୋଗ ଦେଇଥିଲେ  । 

0
0
0
s2sdefault