ରେଢ଼ାଖୋଲ ବସଷ୍ଟାଣ୍ଡରେ ଗୁଳି ଫୁଟାଇ ଏକ ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ଅଞ୍ଚଳର ବସଷ୍ଟାଣ୍ଡ ନିକଟରେ ଆଜି ସଂଧ୍ୟା ସାଢେ ସାତଟା ସମୟରେ ରେଢାଖୋଲ- ବୌଦ୍ଧ ରାସ୍ତାର ରେଢ଼ାଖୋଲ ସହର କଇଥସାହି ପୋଷ୍ଟ ଅଫିସ ପାଖରେ ବଲାଙ୍ଗୀର ସଦର ପୋଲିସ ଓ ରେଢ଼ାଖୋଲ ପୋଲିସ ମିଳିତ ଭାବରେ ଚଢ଼ାଉ କରିବା ସହ ୫/୬ ରାଉଣ୍ଡ ଗୁଳି ଫୁଟାଇ ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି । ଏହା ସହ ଇନୋଭା ଗାଡି (ନଂ OR 02 AK 9250 ) ଚକରେ ଗୁଳି ଫୁଟାଇ ଗାଡିକୁ ମଧ୍ୟ ଜବତ କରିଛି। ତାଙ୍କଠାରୁ ବହୁ ମାରଣାସ୍ତ୍ର ଆଦି ଜବତ କରି ଥିବା ଜଣା ଯାଇଛି। ପୋଲିସ ଧରିଥିବା ଏହି ଡକାୟତ ଗ୍ୟାଙ୍ଗରେ ପ୍ରାୟ ୬/୭ ଜଣ କୁଖ୍ୟାତ ଡକାୟତ ଥିବା ଜଣା ଯାଇଛି। ଏହି ଡକାୟତ ଟିମକୁ ଚାରିଦିନ ହେଲା ପୋଲିସ ଟ୍ରାକିଙ୍ଗ କରୁଥିବ ନେଇ ପୋଲିସ କହିଛି ଏ ସଂକ୍ରାନ୍ତରେ ବଲାଙ୍ଗୀର ସଦର ଥାନା ପୋଲିସ ଓ ରେଢାଖୋଲ ଥାନା ପୋଲିସ ତଦନ୍ତରେ ବାଧା ଉପୁଜିବାକୁ ନେଇ କୌଣସି ସୂଚନା ଦେବାକୁ ମନା କରିଛି। ହେଲେ ଏକ ସିନେମା ଷ୍ଟାଇଲରେ ରେଢାଖୋଲ ସହର ଅଞ୍ଚଳରେ ଗୁଳି ଫୁଟାଇ ଅପରାଧୀମାନଙ୍କୁ ଧରିବା ଘଟଣା ରେଢାଖୋଲ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଛି।