ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ବହୁ ଦିନ ପ୍ରତୀକ୍ଷା ପରେ ରେଙ୍ଗାଲି ଅଞ୍ଚଳରେ କୋଭିଡ ଭ୍ୟାକସିନ ପ୍ରଦାନ ଆରମ୍ଭ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟ ରେ ଆଗଧାଡି ର କୋରୋନା ଯୋଦ୍ଧାଙ୍କ ପାଇଁ ଏହି ସେବା ଆରମ୍ଭ ହେବା ସହିତ ଆଗକୁ ବରିଷ୍ଠ ବ୍ୟକ୍ତି ଏବଂ ଜନ ସାଧାରଣ ପାଇଁ ବ୍ୟବସ୍ଥା ରହିଛି l ଦ୍ଵିତୀୟ ପର୍ଯ୍ୟାୟ ଆସନ୍ତା ମାସ ପ୍ରଥମ ସପ୍ତାହ ରେ ଆରମ୍ଭ ହେବା ସମ୍ଭାବନା ଥିବା ସୂଚନା ମିଳିଛି l ତେବେ ଆଜି ଭାକ୍ସିନ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶଙ୍କର ପ୍ରସାଦ ସାହୁ , ରେଙ୍ଗାଲି ତହସିଲଦାର ସୁନୀଲ କୁମାର ମେହେର, ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସଲିମ ଅହମଦ ଖାନ, ସ୍ୱାଧୀନ ଏକତା ସଂଗଠନ ପକ୍ଷରୁ ରାଜୀବ ମିଶ୍ର ଉପସ୍ଥିତ ରହିଥିଲେ l ତେବେ ପ୍ରଥମ ଟୀକା ଟି ରେଙ୍ଗାଲି ହସ୍ପିଟାଲ କମ୍ପାଉଣ୍ଡର ଶ୍ରୀ ସୁରେନ୍ଦ୍ର ମୋହନ ବେହେରାଙ୍କୁ ଦିଆଯିବା ସହ ଡାକ୍ତରଖାନା ମୁଖ୍ୟ , ଡ଼. ଅର୍ଣ୍ଣଲତା ମେହେର, , ଆୟୁଷ ଡ଼.କୈଳାଶ ମାଝୀ, ଡ଼. ସୁବ୍ରତ ନନ୍ଦ, ପି. ଏମ. ଡବ୍ଲୁ ଶ୍ରୀ.ଶରତ କୁମାର ସାହୁ, ବି. ଡି. ଏମ. ଶେଖ. ଗ୍ୟାଷରୁଦ୍ଦିନ, ଆଶା କର୍ମୀ, ଉପସ୍ଥିତ ଥିଲେ l ଆଜି ବ୍ଲକର ପ୍ରାଏ ଶହେ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ ଟିକାକରଣ କରାଯାଇଥିଲା l ଡବ୍ଲୁ. ଏଚ. ଓ ପକ୍ଷରୁ ଟୀକା କରଣ ପରିଚାଳନା ଏବଂ ତଦାରଖ ପାଇଁ ସ୍ୱତନ୍ତ୍ର ଭ୍ୟାକସିନେଟର ଷ୍ଟାଫ ସହ ଉଚ୍ଚ
ଅଧିକାରୀ , ଅବଜାର୍ବର, ଆସି ଟୀକା ଦିଆଯାଉଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅନଲାଇନ ରେ ପଞ୍ଜିକୃତ କରି ପ୍ରତ୍ୟେକ ଭ୍ୟାକ୍ସିନ ୩୦:୦୦ ମିନିଟ ଯାଏଁ ଅବଜାରର୍ବେସନ ରେ ରଖିଲାପରେ ସୁସ୍ଥ ଅନୁଭବ କରୁଛନ୍ତି ନା ନାହିଁ ପଚାରିଲା ପରେ ଡିସ୍ଚାର୍ଜ କରା ଯାଉଥିବା ଭ୍ୟାକସିନ ଇନଚାର୍ଜ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି l ତେବେ ଜନସାଧାରଣ ପାଇଁ ଟିକାକରଣ ବ୍ୟବସ୍ଥା ଆରମ୍ଭ ହେଲେ ଅଞ୍ଚଳ ଉପକୃତ ହେବ ଏହାହିଁ ସ୍ଥାନୀୟ ନାଗରିକଙ୍କ ଆଶା ରହିଛି l