ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ସମ୍ପ୍ରତି ଚାଷୀ ଆନ୍ଦୋଳନ ୭୦ ଦିନରେ ପହଁଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପି ସଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ଲେଖିଛନ୍ତି ପତ୍ର | ଆଉ ଦେଇଛନ୍ତି ଚାଷୀ ଆନ୍ଦୋଳନ ଶେଷ ପାଇଁ ମଧ୍ୟମ ପନ୍ଥା |
ସେ କହିଛନ୍ତି ଯେ ଆମେ ଫାଂର୍ମିଙ୍ଗ ବିଲ ପାସ କରିଛେ | ହେଲେ ଏହାକୁ ନେଇ ଆନ୍ଦୋଳନ ଚାଲିଛି | କେତେକ ରାଜ୍ୟର ଚାଷୀ ବିଲକୁ ବିରୋଧ କରୁଥିବା ବେଲେ କିଛି ଆବଂଛିତ ଲୋକ ଏହାର ଫାଇଦା ଉଠାଉଛନ୍ତି | ତେଣୁ ସେଭଳି ଅବାଂଛିତ ଏଲିମେଣ୍ଟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ | ଆଉ ଏହି ଆଇନରେ ଗୋଟିଏ ପ୍ରାବଧାନ ଯୋଡି ଦିଆଯାଉ ଯେ, ଯେଉଁ ରାଜ୍ୟମାନେ ଚାହିଁବେ ଏ ଆଇନ ଲାଗୁ କରିବେ | ଯେଉଁ ରାଜ୍ୟ ବିରୋଧ ବିରୋଧ କରିଛନ୍ତି ସେମାନେ ଲାଗୁ ନକରନ୍ତୁ | ଏହା ହେଲେ ସମର୍ଥନ କରୁଥିବା ରାଜ୍ୟମାନେ ଏହାକୁ କାର୍ଯ୍ୟକାରୀ କରିଦେବେ ଓ ବିରୋଧ କରୁଥିବା ରାଜ୍ୟମାନଙ୍କର ଦାବି ପୁରାଣ ହୋଇଯିବ ଓ ଚାଷୀ ଆନ୍ଦୋଳନ ତୁରନ୍ତ ସମାପ୍ତ ହୋଇଯିବ ବୋଲି ତାଙ୍କ ପାତ୍ରରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ସଂସଦ ଶ୍ରୀ ସ୍ୱାମୀ |