ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ଡ.ବିଜୟ କୁମାର ସାହୁ ଏବଂ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା ଓଡ଼ଗାଁ ଗସ୍ତରେ ଆସି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଡ଼ଗାଁର ଭିତିଭୁମି ଓ ଶୈକ୍ଷୀକ ବାତାବରଣ ସମନ୍ଧରେ ସମୀକ୍ଷା କରିଥିଲେ । ବିଦ୍ୟାଳୟର ଶ୍ରେଣୀକକ୍ଷ, ଶିକ୍ଷାଦାନ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ବିଦ୍ୟାଳୟରେ ଖେଳପଡିଆ ନିର୍ମାଣ, ମଧ୍ୟାନ୍ନ ଭୋଜନପାଇଁ ସ୍ୱତନ୍ତ୍ର ରୋଷେଇଗୃହ ଏବଂ ଆବଶ୍ୟକ ଶିକ୍ଷକ ନିଯୁକ୍ତ ହୋଇନଥିବା ନେଇ ସମୀକ୍ଷା ହୋଇଥିଲା । ଶିକ୍ଷକଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଖୁବଶୀଘ୍ର ସମସ୍ତ ଶିକ୍ଷକ ପଦବୀ ପୁରଣ କରାଯିିବ । ଏହା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଖେଳ ପଡିଆ ନିର୍ମାଣ, ସୁରକ୍ଷା କର୍ମୀଙ୍କ ରହିବା ପାଇଁ ଗାର୍ଡ ହାଉସ ନିର୍ମାଣ, ଅଗ୍ନିସମ ନିରୋଧ ପାଇଁ ବୟବସ୍ଥା କରାଯିବା ବୋଲି ପ୍ରତିସୃତି ଦେଇଥିଲେ । ବିଦ୍ୟାଳୟରେ ଚଳିତ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଆଡମିସନ ସଂଖ୍ୟା ବଢିଥିବାରୁ ବିଦ୍ୟାଅଳୟ ପ୍ରତି ସ୍ଥାନୀୟ ଅଂଚଳର ଅଭିଭାବକ ମାନଙ୍କ ବିଶ୍ୱାସ ବୃଦ୍ଧି ପାଇଥିବା ନେଇ ସମୀକ୍ଷକ ଉପଦେଷ୍ଟା ଓ ପ୍ରକଳ୍ପ ନିର୍ଦ୍ଦେଶକ ଖୁସି ବ୍ୟକ୍ତ କରିଥିଲେ । ସ୍ମାର୍ଟ କ୍ଳାସ ଓ ଅନଲାଇନ ଶୀକ୍ଷାଦାନ ବ୍ୟବସ୍ଥା ଦେଖି ସନ୍ତୋଷବ୍ୟକ୍ତ କରିବା ସହ ଅନ୍ୟାନ୍ୟ ଅଭାବ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଥିଲେ । ସ୍ଥାନୀୟ ଅଂଚଳ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ କିପରି ଆସନ୍ତି ଏବଂ ଅଭିଭାବକ ମାନଙ୍କର ସହଯୋଗ ସକରାତ୍ମକ ରହିଥିବା ସମୀକ୍ଷାରୁ ଜାଣିବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟାଳୟର ସମସ୍ତ ବକେୟା କାର୍ଯ୍ୟସାରିବା ପାଇଁ ସାଙ୍ଗରେ ଆସିଥିବା ପି ଡବ୍ଳୁ ଡି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଧର, ଯନ୍ତ୍ରୀ ପ୍ରମୋଦ କୁମାର ବେହେରା, ବିଦ୍ୟୁତ ବିଭାଗ ଯନ୍ତ୍ରୀ, ଜିଲ୍ଲା ଶିକ୍ଷାଅଧିକାରୀ, ବ୍ଲକ ଶିକ୍ଷାଧିକାରୀ, ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଡ଼ଗାଁର ଭାରପ୍ରାପ୍ତ ଅଧ୍ୟକ୍ଷ ବିଶ୍ୱରଞ୍ଜନ ପ୍ରତାପ ସିଂ ଖମାରିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।








