ହେଡଲାଇନସ୍:

ଗାଆଁକୁ ଗାଆଁ ବୁଲି ଶିକ୍ଷା ଦେଉଛନ୍ତି ସୁବାସ ସାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଦଶମ ଓ ଦ୍ଵାଦଶ ଶ୍ରେଣୀ ର ଶିକ୍ଷାଦାନ ସ୍କୁଲ, କଲେଜ ପରିସରରେ କରାଯାଇ ପାରୁଥିବା ବେଳେ ନବମ ଓ ଏକାଦଶ ଶ୍ରେଣୀ ଆଗାମୀ ୧୦ ତାରିଖରୁ କରାଯାଉଥିବା ଜଣାଯାଇଛି l କିନ୍ତୁ ଏକାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କ ଆଗ୍ରହକୁ  ଚରିତାର୍ଥ କରିବାକୁ ଯାଇ ଉଭୟ ଅନଲାଇନ ସହ ଯେଉଁ ମାନଙ୍କ ପାଖରେ ମୋବାଇଲ ସୁବିଧା ନାହିଁ ତାଙ୍କ ପାଖକୁ ଯାଇ ଗାଆଁ କୁ ଗାଆଁ ଶିକ୍ଷା ଦାନ କରୁଛନ୍ତି l କୁଚିଣ୍ଡା ବ୍ଲକ ର କୁଟୁରାଚୁଆଁ  କଲେଜର ଅଧ୍ୟକ୍ଷ ଶ୍ରୀ ସୁବାସ  ଚନ୍ଦ୍ର ନାୟକ l

 

ପ୍ରକାଶ ଥାଉକି ଲକଡାଉନ ଘୋଷଣା ହେବା ଦିନ ଠାରୁ ଶ୍ରୀ ନାୟକ ଗାଆଁ ଗାଆଁ ବୁଲି ପାଠାଗାରରୁ ବହି ପ୍ରଦାନ କରିବା ଛୋଟ ଛୋଟ ଗୋଷ୍ଠୀଙ୍କୁ ଏକତ୍ରିତ କରି କୋଭିଡ ନିୟମ ପାଳନ କରି ପାଠ୍ୟଦାନ କରିବା, ମାକ୍ସ ଓ ସାନିଟାଇଯର ବଣ୍ଟନ କରିବା ଆଦି କାର୍ଯ୍ୟ କରି ଆସୁଥିଲେ l ଏପରି କି ସତକମା,କିରାଶାସନ୍, ପୁରୁଣାପାଣି, ବୁଦୁଲାପାଲି,କୁଲେଇଗଡ ଆଦିରେ ଏଇ ଶିକ୍ଷା ଦାନ କରୁଥିବା ବେଳେ ସଂପ୍ରତି ମହାଦେବ ମନ୍ଦିର ପରିସରରେ କରୁଛନ୍ତି l ଏପରିକି ବିଭିନ୍ନ ମହାପୁରୁଷଙ୍କ ଜୟନ୍ତୀ ଏଇ ଶିକ୍ଷା ଦାନ କେନ୍ଦ୍ରରେ କରାଯାଉଥିବା ଦେଖାଯାଇଛି l ସଂପ୍ରତି କଲେଜରେ ଏକାଦଶ ଶ୍ରେଣୀରେ ପ୍ରଥମେ ପାଦ ଥୋଇବାକୁ ଆସନ୍ତା ୧୦ ତାରିଖ ଦିନ ଯାଉଥିବା ବେଳେ ଆମେ ସେମାନଙ୍କୁ ସ୍ବାଗତ କରିବାକୁ ଅପେକ୍ଷାରତ ବୋଲି ଅଧ୍ୟକ୍ଷ ନାୟକ ପ୍ରକାଶ କରିଛନ୍ତି l

0
0
0
s2sdefault