ବୀରମହାରାଜାପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ତହସିଲରେ ଜମି ଦୁର୍ନୀତି ଅଭିଯୋଗ ରେ କଲମପୁର ଗ୍ରାମ ର ଗୋପାଲ ମେହେର ଦୀର୍ଘ 5 ଦିନ ହେବ ପରିବାର ସହ ତହସିଲ କାର୍ଯ୍ୟଳୟରେ ଆଗରେ ଆମରଣ ଅନଶନରେ ବସିଛନ୍ତି । ଅଭିଯୋଗ ଅନୁଯାୟୀ ଗୋପାଳଙ୍କ ଅଜା ସଂକ୍ରୀ ମେହେର ଙ୍କ କଳମପୁର ମୌଜାର ୫୮ ଡିସିମିଲି ଜମିକୁ ତାଙ୍କ ଅଜାଣତରେ ଜାଲ ମ୍ୟୁଟେସନ କରି ଅନ୍ୟ ଜଣକ ନାମରେ ପଟ୍ଟା କରାଯାଇଛି । ସ୍ଥାନୀୟ ତହସିଲ କର୍ମଚାରୀ ଓ କିଛି ଅସାଧୁ ଦଲାଲ ମିଶି ଏଭଲି କାର୍ଯ୍ୟକରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏନେଇ ବହୁ ବାର ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କିଛି ସଫଳ ନହେବାରୁ ବାଧ୍ୟହୋଇ ତହସିଲ କାର୍ଯ୍ୟଳୟରେ ଆଗରେ ଆମରଣ ଅନଶନରେ ବସିଛନ୍ତି ।
ରାଜ୍ୟ
ପୈତୃକ ଜମି ହଡପ ଅଭିଯୋଗ-ପଞ୍ଚମ ଦିନରେ ପହଞ୍ଚିଲା ଆମରଣ ଅନଶନ , ପ୍ରଶାସନ ଚୁପ ।
- Hits: 207