ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଥିବା ବେଳେ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟମା ୟୁଥ୍ କ୍ଲବ ତରଫରୁ ଭିଏସସ ନଗର ଓ ପଥରବନ୍ଧ ଅଞ୍ଚଳର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ସାନିଟାଇଜ କରାଯାଇଛି | ଟ୍ରଷ୍ଟର ଅଧ୍ୟକ୍ଷ ଡ଼. ପ୍ରକାଶ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ କେନ୍ଦ୍ର ଗୁଡିକୁ ସାନିଟାଇଜ କରାଯିବା ସହ କୁନି ପିଲା ମାନଙ୍କୁ ମାସ୍କ, ସାନିଟାଇଜର ଓ ଚକୋଲେଟ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ଼. ତ୍ରିପାଠୀଙ୍କ ବ୍ୟତୀତ ସୌମ୍ୟ ରଂଜନ ପ୍ରଧାନ, ଲୋକେଶ କୁମାର, ପବିତ୍ର ମହାପାତ୍ର, ଦୀପକ ନାୟକ, ଦୀନବନ୍ଧୁ ପତି,ସର୍ବଜୀତ ସାହୁ ଓ ତିନୋଟି ସେଣ୍ଟରର ଅଙ୍ଗନବାଡ଼ି ଦିଦି, ସହାୟିକା ଉପସ୍ଥିତ ଥିଲେ।
ରାଜ୍ୟ
ଅଙ୍ଗନବାଡ଼ି କେନ୍ଦ୍ର ସାନିଟାଇଜ କଲେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟମା ୟୁଥ୍ କ୍ଲବ
- Hits: 275