ବରଗଡ : ଜୁନାଗଡ ଏନଏସିରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗ ଦେବେ ଶ୍ରୀ ବିଶ୍ୱମ୍ବର ମିଶ୍ର | ଭବାନୀପାଟଣା ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଶ୍ରୀ ମିଶ୍ରଙ୍କୁ ଅବିନାଶ ମହାନ୍ତିଙ୍କ ସ୍ଥାନରେ ଜୁନାଗଡ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି | ଶ୍ରୀ ମହାନ୍ତିଙ୍କୁ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଭାବେ ବଦଳି ହୋଇଥିବା ଜଣାପଡିଛି |