ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର ଦୁର୍ଲଗା ସମବାୟ ସମିତିର ଚାଷୀମାନେ ଏବେ ଚିନ୍ତାରେ। ମଣ୍ଡିରେ ବିକ୍ରି ହୋଇ ପାରିନାହିଁ ଧାନ। ସରକାର ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ଧାନକିଣା ଲକ୍ଷ୍ୟକୁ କମାଇ ଦେଇଥିବାରୁ ଚାଷୀମାନଙ୍କ ଧାନ ବିକ୍ରି ହୋଇ ପାରିନାହିଁ। ଗତ ବର୍ଷ ୩୨,୦୦୦ କୁଇଣ୍ଟାଲ ଧାନ ବିକ୍ରି ହୋଇ ଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ ସମବାୟ ସମିତି ୨୭,୦୦୦ କୁଇଣ୍ଟାଲ ମାତ୍ର ଧାନ କିଣି ପାରିଛି । ଆଉ ମାତ୍ର ୧୦୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ରଖିଛି ସମିତି। କିପରି ଚାଷୀ ନିଜର ଧାନ ବିକ୍ରି କରି ପାରିବେ, ଏହା ନେଇ ସେମାନଙ୍କ ମଧ୍ୟରେ ଚିନ୍ତା ପଶିଛି। ଏ ନେଇ ଆଜି ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ। ଧାନକିଣା ଲକ୍ଷ୍ୟକୁ ବର୍ଦ୍ଧିତ କରିବା ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କୁ ଦାବି କରିଥିବା ଜଣାପଡ଼ିଛି।
ରାଜ୍ୟ
ଗତଥର କିଣିଥିଲେ ୩୨୦୦୦ କ୍ବିଣ୍ଟାଲ ଧାନ, ଏଥର କିଣା ହେବ ମାତ୍ର ୨୮,୦୦୦ କ୍ବିଣ୍ଟାଲ : ଚିନ୍ତିତ ଚାଷୀ ଭେଟିଲେ ଜିଲ୍ଲାପାଳଙ୍କୁ।
- Hits: 370