ହେଡଲାଇନସ୍:

ନିଖିଳ ଓଡିଶା ମାଁ ଫୁଲସୁନ୍ଦରୀ ପନ୍ଦରା ସମାଜର ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଖିଳ ଓଡିଶା ପନ୍ଦରା  ସମାଜ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ମାଁ ଫୁଲସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟତଃ ପନ୍ଦରା ଜାତି ଉର୍ଣ୍ଣତି ସହ ମହିଳା ମାନଙ୍କ ବିକାଶ କିଭଳି ହେବ ତାକୁ ନେଇ ସଚେତନା କରାଯାଇଥିଲା। 

ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ନିଖିଳ ଓଡ଼ିଶା  ପନ୍ଦରା ସମାଜର ସମ୍ପାଦକ  ଚନ୍ଦ୍ରଶେଖର ବାଡିତିଆ , ଗଜପତି ଜିଲ୍ଲା ପନ୍ଦରା ସମାଜ ସଭାପତି ଜାନକୀ ଚରଣ ବେହେରା , ଜୟ ପ୍ରକାଶ ବାଡ଼ିତ୍ୟା , ସତ୍ୟନାରାୟଣ ବେହେରା , ଜୟନ୍ତୀ ବେହେରା , ପ୍ରମୁଖ ଉପସ୍ଥିତ ଥିଲେ।

ସଭା ଶେଷରେ ସଭାପତି ଜାନକୀ ବେହେରା କିଭଳି ଜାତିର ନାରୀ ମାନେ ନାରୀ ନିର୍ଯାତନାରୁ ବଞ୍ଚିତ ହେବା ସହ , କନ୍ୟା ଭୃଣ ହତ୍ୟା , ନିଶାଣିବାରଣ , ବାଲ୍ୟବିବାହ ଉଛେଦ ଓ ପରିବେଶ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ।

0
0
0
s2sdefault