ହେଡଲାଇନସ୍:

୫୦ ଘର ଭାଙ୍ଗି ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀଙ୍କୁ ହଟାଇଲା ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ଉପଖଣ୍ଡ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡର କିସିଣ୍ଡା ଥାନା ମାଛୁଡିହି ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ରହିବା ଓ ଶହ ଶହ ଜଙ୍ଗଲ କାଟି ଜଙ୍ଗଲ ନଷ୍ଟ କରିଥିବାରୁ ଆଜି ଜେସିବି ଲଗାଇ ଅନୁପ୍ରବେଶ କାରୀଙ୍କର ୫୦ ଘର ଭାଙ୍ଗି ଦେଇଛି ପ୍ରଶାସନ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଲଣ୍ଡାକୋଟ୍ ରିଜର୍ଭ ଜଙ୍ଗଲରେ ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀମାନେ ୩୦୦ ଏକର ଜଙ୍ଗଲ କାଟି ଜବର ଦଖଲ କରିବା ସହ ଘର କରି ରହୁଥିବାର ପ୍ରଶାସନ ଠାରେ କିସିଣ୍ଡା ଆଂଚଳିକ ବନସୁରକ୍ଷା ସମିତି ପୂର୍ବରୁ ବହୁବାର ଅଭିଯୋଗ କରିଆସୁଥିଲା।

ଗତ ୧୮ ଜାନୁଆରୀରେ ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ରେଢାଖୋଲ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ମଧ୍ୟ ବସିଥିଲେ। ସେମାନଙ୍କର ଦାବୀକୁ ପାଳନ କରିବା ପାଇଁ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ଜଣାଇ କମ୍ ଦିନ ମଧ୍ୟରେ ତାର ପ୍ରତିକାର ନେବା ପାଇଁ ପ୍ରତିଶୃତି ଦେଇଥିଲେ। ସଂରକ୍ଷଣ ଜଙ୍ଗଲରୁ ୨୧/୧/୨୦୨୧ ରୁ ବେଆଇନ୍ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ, ବନୀକରଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ କରାଯିବ, ବନ୍ୟ ଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା ୨ ମାସ ମଧ୍ୟରେ କରାଯିବ, ସଂରକ୍ଷଣ ଜଙ୍ଗଲରୁ ଅନୁପ୍ରବେଶ ରୋକିବା ପାଇଁ ଖଣା ୨ ମାସ ମଧ୍ୟରେ ଖୋଳାଯିବ, ଜଳ ସଂରକ୍ଷଣ ପାଇଁ ଖାତ ୨ ମାସ ମଧ୍ୟରେ କରାଯିବ ବୋଲି ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ଜଣାଇବା ପରେ ବନ ସୁରକ୍ଷା ସମିତିର ସଭ୍ୟମାନେ ଧାରଣାରୁ ଓହରି ଯାଇଥିଲେ Iସୁଚନା ଯୋଗ୍ୟ ଯେ, କିସିଣ୍ଡା ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରେ ବାହାର ରାଜ୍ୟର ଅନୁପ୍ରବେଶ କାରୀମାନେ ଆସି ବସବାସ କରୁଛନ୍ତି। ଅନୁପ୍ରବେଶକାରୀମାନେ ଶହ ଶହ ଏକର ଜଙ୍ଗଲ ଜମିକୁ କାଟି ଚାଷ କରିବା ସହ ହଜାର ହଜାର ଗଛ କାଟି ଲଣ୍ଡାକୋର୍ଟ ଜଙ୍ଗଲକୁ ଧ୍ୱଂସ କରିଦେଇଥିବା ବନ ସୁରକ୍ଷା ସମିତି ଅଭିଯୋଗ କରିଆସୁଥିଲା। ୭ ଦିନ ମଧ୍ୟରେ ଏହାର କୌଣସି ସମାଧାନ ନ ହେଲେ ଆସନ୍ତା ୧୮ ଜାନୁଆରୀରେ ଡିଏଫ୍‌ଓ ଙ୍କୁ ଘେରାଉ କରିବା ସହ ରେଢାଖୋଲ ଠାରେ ଥିବା ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାକୁ ବନ ସୁରକ୍ଷା ସମିତି ଚେତାବନୀ ଦେଇଥିଲା। ଏପରିକି ତାହାର କପି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗକୁ ମଧ୍ୟ ପଠାଇଥିଲା।

ଗତ ୧୦ ଜାନୁଆରୀରେ କିସିଣ୍ଡା ଠାରେ ମଧ୍ୟ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କୁ ସାକ୍ଷାତ୍ କରି ଏହାର ତଦନ୍ତ କରିବାକୁ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ/ସଭ୍ୟା ମାନେ ଦାବୀ କରିଥିଲେ। ଗତ ତା ୧୬ /୧ ରେ ମଧ୍ୟ ବନଖଣ୍ଡ ଅଧିକାରୀ, ଉପଜିଲ୍ଲାପାଳ, ରେଢାଖୋଲ ଥାନାଧିକାରୀ ଆଦି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଆଲୋଚନା ହୋଇଥିଲା।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସମିତି ବହୁବାର ଏ ସଂପର୍କରେ ବନବିଭାଗର ବରିଷ୍ଠ ଅଧିକାରୀଙ୍କୁ ଲିଖିତାକାରରେ ଜଣାଇବା ସହ ବହୁବାର ଅନ୍ଦୋଳନ ମଧ୍ୟ କରିଥିଲା। ଆଗାମୀ ଦିନରେ ଲଣ୍ଡାକୋର୍ଟ ଜଙ୍ଗଲରେ ବାସ କରୁଥିବା ଆହୁରି ୫୦ ଘର ଅନୁପ୍ରବେଶ କାରୀମାନଙ୍କୁ ହଟାଯିବ ବୋଲି ମଧ୍ୟ ପୋଲିସ୍ କହିଛି। ଅଂଚଳରେ ଅନୁପ୍ରବେଶକାରୀମାନଙ୍କୁ ପ୍ରଶାସନ ହଟାଇଥିବାରୁ ଅଂଚଳବାସୀ ମାନଙ୍କ ମଧ୍ୟରେ ଖୁସି ଦେଖାଦେଇଛି।

ଆଜିର ଏହି ଅନୁପ୍ରବେଶକାରୀ ହଟାଓ ଅଭିଯାନରେ ସମ୍ବଲପୁର ଅତିରିକ୍ତ ଏସପି ଅମରେଶ ପଣ୍ଡା, ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ, ରେଢାଖୋଲ ଡିଏଫ୍‌ଓ ପ୍ରଦୀପ୍ତ କୁମାର ସାହୁ, କିସିଣ୍ଡା ଥାନାଧିକାରୀ ଚିତରଂଜନ ନାଏକ, ନାକଟିଦେଉଳ ତହସିଲ୍‌ଦାର ସୁକାନ୍ତ କୁମାର ନାଏକ, ରେଢାଖୋଲ ଉପଜିଲ୍ଲାପାଳ ପଦ୍ମନାଭ ବେହେରା,ଯୁଯୋମୁରା ଥାନାଧିକାରୀ ରାଜକୁମାର ବିଶ୍ୱାଳ ପ୍ରମୁଖ ପଦାଧିକାରୀ ସାମିଲ ହୋଇଥିଲେ। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ୩ ପ୍ଲାଟୁନ୍ ଫୋର୍ସ ଓ ୧୦୦ ଜଣ ଜଙ୍ଗଲ ବିଭାଗର କର୍ମଚାରୀ ଓ ରାଜସ୍ୱ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ତେବେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବା କିସିଣ୍ଡା ଥାନାଧିକାର ଚିତରଞନ ନାଏକ ପ୍ରକାଶ କରିଛନ୍ତି।

0
0
0
s2sdefault