ଲୋକାର୍ପିତ ହେଲା ହରି ଓମ ରୁରାଲ ପାର୍କ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା(ସୁବାସ ସାହରେ)  - ହଂସମୁରା କଟାପାଲିଠାରେ ଆଜି ହରି ଓଁ ରୁରାଲ ପାର୍କ ଉଦଘାଟିତ ହୋଇଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ,ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଝାରସୁଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଗାମ୍ବର ଭୋଇ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମ୍ବରିଶ ରଥ ,ଏଚ . କଟାପାଲି ସରପଞ୍ଚ କାଞ୍ଚନ ଖଡ଼ିଆ , ପଞ୍ଚାୟତ ସମିତି ସଭ୍ୟା ଯାଜ୍ଞସେନୀ ଅଡ଼ି, ପୂର୍ବତନ ସରପଞ୍ଚ ଧନୁର୍ଜୟ ସେଠ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ପଞ୍ଚାୟତ ସ୍ତରରେ ଏ ଭଳି ପାର୍କ ନିର୍ମାଣର ପ୍ରଶଂସା କରିବା ସହ ଜିଲ୍ଲାରେ ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଦିଗରେ କାର୍ଯ୍ୟ ତ୍ଵରାନ୍ବିତ କରାଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ।

ସେହିପରି ଗମନାଗମନ ପାଇଁ ରାସ୍ତାଗୁଡିକର ଉନ୍ନତିକରଣ କାର୍ଯ୍ୟ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ ।ଏହି ଅବସରରେ ଏଚ . କଟାପାଲି ପଞ୍ଚାୟତ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ ବୋଲି କହି ଉନ୍ନୟନ କାର୍ଯ୍ୟରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସାଂସଦ ଶ୍ରୀ ପୂଜାରୀ , ଗ୍ରାମାଞ୍ଚଳରେ ଏଭଳି ପାର୍କ ନିର୍ମାଣକୁ ପ୍ରଶଂସା କରିବା ସହ କାର୍ଯ୍ୟର ସଫଳ ରୂପାୟନ ପାଇଁ ଜିଲ୍ଳା ପ୍ରଶାସନ , ଗ୍ରାମବାସୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମନରେଗା ଅର୍ଥ ବିନିଯୋଗରେ ଜିଲ୍ଲାରେ ପଞ୍ଚାୟତ ସ୍ତରରେ ଏଭଳି ପାର୍କ ନିର୍ମାଣ କରାଯାଇ ଥିବାର ଉଲ୍ଲେଖ କରି ଆଗାମୀ ଦିନରେ ଜିଲ୍ଲାରେ ଏହି ଭଳି ଅଧିକ ପାର୍କ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାମଲ ପ୍ରକାଶ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ , ଏମ୍ ଜି ଏନ ଆର ଜି ଏ ଯୋଜନାରେ ୪୪ଲକ୍ଷ ଟଙ୍କା ବିନିଯୋଗରେ ଏହି ପାର୍କ ନିର୍ମାଣ କରାଯାଇଛି । କୋଭିଡ଼  ଯୋଦ୍ଧା ରାହାସ ବିହାରୀ ନାଏକ , ପିଙ୍କୁ ପଟେଲ , ଟିକନାଥ ଖର୍ସେଲ , ଦୁଷ୍ମନ୍ତ ପଟେଲ ଓ ରମେଶ ପଟେଲଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା ।  ଆୟୋଜିତ ଉତ୍ସବରେ ଝାରସୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବି ଏସ ଏସ ଓ ମିତାଲି ରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

 

0
0
0
s2sdefault