ହେଡଲାଇନସ୍:

 କରୋନା ଯୁଦ୍ଧରେ ହାରିଥିବା ବ୍ୟକ୍ତିଙ୍କୁ ସାଧାରଣତନ୍ତ୍ର ଦିଵସ ପାଳନ ଉତ୍ସର୍ଗୀକୃତ କଲା ୟଙ୍ଗ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା :ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ୟଙ୍ଗ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ ଭବ୍ୟ ରୂପ ରେ 72ତମ ଗଣତନ୍ତ୍ର ଦିବସ ଓ  ଟ୍ରଷ୍ଟ ର  ଏଗାର ତମ ସ୍ଥାପନା ଦିବସ ପାଳନ କରିବାର ଥିଲା |କିନ୍ତୁ କୋରାନା ର କରାଳ ପ୍ରକୋପ ରେ ଜୀବନ ହାରିଥିବା ଆଗଧାଡି ର କରୋନା ଯୋଦ୍ଧା ଓ ସାଧାରଣ ନାଗରିକଙ୍କ ପାଇଁ ଅତି ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା  ରାଷ୍ଟ୍ରୀୟ ପତକା ଉତ୍ତୋଳନ ପରେ ଏକ ମିନିଟ ନିରବ ପ୍ରାଥନା କରି ତାଙ୍କର ଆତ୍ମା ର ଶାନ୍ତି ଓ ତାଙ୍କର ପରିବାର ଲୋକଙ୍କୁ ଏହି ଦୁଃଖଦାୟୀ ସମୟରେ ଭଗବାନ ସାହସ ଦେଇ ସ୍ୱାଭାବିକ ଜୀବନ ପାଇ ଏକ ମିନଟ ନିରବ ପ୍ରାଥନା କରାଯାଇଥିଲା | ପରବର୍ତ୍ତୀ କାର୍ଯ୍ୟକ୍ରମ ରେ ପ୍ରତି ବର୍ଷ ବର୍ଷ ଭଳି ବେହେରାମାଲ କୁଷ୍ଠ କଲୋନୀ କୁ ଯାଇ ଜିଲ୍ଲା ସାଧାରଣତନ୍ତ୍ର ଦିବସ ପାଳନ କମିଟି ତରଫ ର ଆହ୍ୱାନ କ୍ରମେ ସମସ୍ତ ଅନ୍ତେବାସି ଙ୍କୁ କଦଳୀ,ସେଓ , ଓ କମଳା ଆଦି ଫଳ ବଣ୍ଟନ କରାଯାଇଥିଲା ଟିମ ପହଞ୍ଚିବା ପରେ ଅନ୍ତେବାସୀ ଙ୍କ ମଧ୍ୟ ରୁ କୁନି ଛୁଆ ମାନେ ଦେଶାତ୍ମବଧକ ଗୀତ ତଥା ନୃତ୍ୟ ପରିବେଷଣ କରିଥିଲେ | ଆମେ ସମସ୍ତେ ଏକ ଓ ସମାଜ ର ମୁଖ୍ୟସ୍ରୋତ ରେ  ସମସ୍ତେ ସମାନ ବୋଲୀ ଟ୍ରଷ୍ଟ ସଭାପତି  ଇଂ ଅରବିନ୍ଦ ବାରିକ କହିଥିଲେ | ଭାରତୀୟ ସ୍ଥଳ ସେନା ରୁ ଅବସର ପ୍ରାପ୍ତ ଶ୍ରୀ ଅଭୟ ପଟ୍ଟନାୟକ ସର୍ବଶ୍ରୀ ପୂର୍ବତନ ନଗରପାଳ ତାପସ ରାୟ ଚୌଧୂରୀ,ଡାକ୍ତର ଜ଼ିଆ ଉଳ ହକ ,ପୂର୍ବତନ ନଗରପାଳ ହରିଶ ଗନତ୍ରା,ବରିଷ୍ଠ ନାଗରିକ ସଂଘ ର ପୂର୍ବତନ ସଭାପତି ବାଳଗୋବିନ୍ଦ ମିଶ୍ର

ପୂର୍ବତନ ଓକିଲ ସଂଘ ସଭାପତି ସନ୍ଦୀପ ଅଗସ୍ତି , ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ ,ବଣିକ ସଂଘ ସଭାପତି ହୀରାଲାଲ ଲୋକଚନ୍ଦାନି,ପୂର୍ବତନ କାଉନସିଲର ପ୍ରତାପ ନନ୍ଦ,ସ୍ଥାନୀୟ ବୁଦ୍ଧିଜୀବୀ ହୃଷୀକେଶ  ମିଶ୍ର,ଫକୀରମୋହନ ପାଢ଼ୀ ,ଆଦିତ୍ୟ ପୂଜାରୀ ଓ ତେଜରାଜ ପ୍ରଧାନ ଆଦି ଉପସ୍ଥିତ ଥିଲେ| ଟ୍ରଷ୍ଟ କର୍ମକର୍ତା ମାନଙ୍କ ମଧ୍ୟରେ ଇଂ ଅରବିନ୍ଦ ବାରିକ ,ବିବେକାନନ୍ଦ ମିଶ୍ର , ଫକୀର ମୋହନ ବାରିକ,ରାଜେଶ ପାଢ଼ୀ ,ବିଜୟ ସାଇଗଲ ,ଆଭାସ ଦୀକ୍ଷିତ ,ଆଲୋକ ଚନ୍ଦ୍ର ପାଣିଗ୍ରାହୀ ,ପ୍ରଶାନ୍ତ ଭଇଶା ,ଶଙ୍କର ସେଠୀ ,ବସନ୍ତ ରୋହିଦାସ , ରା଼ଜ଼ ଦାସ , ,ଗୋପାଳ କୃଷ୍ଣ ପଣ୍ଡା ,ଅଭିଜିତ ବାରିକ, ଶୁଭମ ମେହେର ଓ ଅନ୍ୟାନ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ|

 

0
0
0
s2sdefault