ଭୁବନେଶ୍ୱରରେ ପ୍ରଖ୍ୟାତ ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିଵ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତର ପ୍ରଖ୍ୟାତ ହେୟାର ଷ୍ଟାଇଲିଷ୍ଟ ତଥା 'ଜାୱେଦ ହବିଵ ଏକାଡେମୀ'ର ପ୍ରତିଷ୍ଠାତା ଜାୱେଦ ହବିଵ ଭୁବନେଶ୍ୱର ଆସିଛନ୍ତି | 'ଜାୱେଦ ହବିଵ ହେୟାର ଆଣ୍ଡ ବ୍ୟୁଟି ଲି.' ଅଧୀନରେ ଭାରତର 115ଟି ସହରରେ ମୋଟ 900ଟି ସାଲୁନ ଏବଂ 70ଟି ଶିକ୍ଷାନୁଷ୍ଠାନ କାର୍ଯ୍ୟରତ ରହିଛି | ଭୁବନେଶ୍ୱରର ଅଶୋକନଗର ସ୍ଥିତ 'ଜାୱେଦ ହବିଵ ଏକାଡେମୀ'ରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଜାୱେଦ ହବିଵ କରୋନା ପରବର୍ତ୍ତୀ ସୌନ୍ଦର୍ଯ୍ୟା ଓ ରୂପଚର୍ଯ୍ୟାର ପରିସରକୁ କରୋନା ବେଶ ସଙ୍କୁଚିତ କରିଦେଇଛି | ଲୋକ ଏବେ ଘରଭିତରେ ଫେସିଆଲ ଓ ୱାକ୍ସିଙ୍ଗ କରିବାକୁ ଚାହୁଁଛନ୍ତି | ସୌନ୍ଦର୍ଯ୍ୟ ଓ ଉପଚାର କ୍ଷେତ୍ରରେ ନିଯୁକ୍ତି, ରୋଜଗାରର  ହ୍ରାସ ଘଟିଛି | ତେଣୁ ବ୍ୟୁଟି ଓରିଏଣ୍ଟେଡ ବା କସମେଟିକ ଓରିଏଣ୍ଟେଡ ଏହି ସେବା କ୍ଷେତ୍ରରେ ଶିକ୍ଷା ବା ତାଲିମର ଯଥେଷ୍ଟ ଆବଶ୍ୟକତା ଦେଖାଦେଇଛି | 

ଆମ ଦେଶରେ  3କୋଟି ସାଲୁନ ରହିଛି | ଆଉ ପ୍ରତ୍ୟେକ ସାଲୁନରେ ଅନ୍ୟୂନ 3 ଜଣ କର୍ମଚାରୀ କାର୍ଯ୍ୟ କରନ୍ତି | ତେବେ କରୋନା ଲୋକଙ୍କୁ ନିଜ କାମ ନିଜେ କରିବା ଶିଖେଇ ଦେଲା | ନିଜ ଦ୍ୱାରା ସବୁ କାମ ସମ୍ଭବ ହେଲା | କିନ୍ତୁ ଚୁଟି କାଟିବା ସମ୍ଭବ ହେଲାନି | ଫଳରେ ଏହା ନାପିତଙ୍କ ଗୁରୁତ୍ୱକୁ ଅଧିକ ମାତ୍ରାରେ ପ୍ରତିପାଦିତ କରିବାରେ ସକ୍ଷମ ହେଲା | ଆଉ ଏହି ଶିଳ୍ପ ଅଧିକ ସଂଗଠିତ ହେଲା | ଏବଂ ଲୋକେ ସୌନ୍ଦର୍ଯ୍ୟ ଓ ରୂପଚର୍ଯ୍ୟା ସହିତ ସ୍ୱାସ୍ଥ୍ୟକୁ ଯୋଡି ଦେଖିବାକୁ ଆରମ୍ଭ କଲେ | ତେଣୁ ସେମାନେ ବ୍ରାଣ୍ଡ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି | ଦୀର୍ଘ 15 ବର୍ଷ ହେବ ଭୁବନେଶ୍ୱରରେ ଏହି ବ୍ରାଣ୍ଡର ଏକ ଶିକ୍ଷାନୁଷ୍ଠାନ କାର୍ଯ୍ୟ କରି ଆସୁଛି | ଫ୍ରାଞ୍ଚାଇଜି ଦେବା ସହିତ ତାଲିମ ଯୋଗାଇ ଆସୁଛି | ଭୁବନେଶ୍ୱରବାସୀ ଏହାର ସୁଯୋଗ ନେଇ ଏଥିରୁ ସୁଫଳ ପାଇପାରିଛନ୍ତି | ବିଶେଷ କରି କିଭଳି ଫ୍ରାଞ୍ଚାଇଜି ନେଇ ଲାଭବାନ ହେଇପାରିବେ ଏବଂ ତାଲିମ ଗ୍ରହଣ କରି ଲୋକଙ୍କୁ ସୌନ୍ଦର୍ଯ୍ୟ ଓ ରୂପଚର୍ଯ୍ୟା କ୍ଷେତ୍ରରେ ସେବା ଯୋଗାଇବା ସହିତ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିପାରିବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ ମାଷ୍ଟର ଫ୍ରାଞ୍ଚାଇଜି ୟୁ. ଜି ସିଂହ | ତା ସହିତ ଓଡିଶାରେ ସଂସ୍ଥାର 17ଟି ସାଲୁନ ଓ ଗୋଟିଏ ଏକାଡେମୀ କାର୍ଯ୍ୟ କରୁଛି ବୋଲି ସୂଚନା ଦେଇଥିଲେ |

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରସ୍ଥିତ 'ଜାୱେଦ ହବିଵ ଏକାଡେମୀ'ର ଅନ୍ୟତମ ମାଷ୍ଟର ଫ୍ରାଞ୍ଚାଇଜି ଉର୍ମିଳା ସିଂହ, ଶାଖା ମୁଖ୍ୟ ଏବଂ ଏଜୁକେଶନାଲ ଟ୍ରେନର ଚିରଞ୍ଜିତ ମନ୍ନା, ପିଆର ସଂସ୍ଥା 'ହ୍ୱାଇଟକାନଭାସ'ର ସହକାରୀ ନିର୍ଦ୍ଦେଶକ ଚିଣ୍ଟୁ ମିଶ୍ର ଏବଂ ପିଆର ସହଯୋଗୀ ସଂସ୍ଥା 'ବେଷ୍ଟ ଆଇଡ଼ିଆଜ'ର ମୁଖ୍ୟ ହରପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ | ଏହି ଅବସରରେ 60ଜଣ ଶିକ୍ଷାନବୀଶଙ୍କୁ ତାଲିମ ପ୍ରଦାନ କରାଯାଇଥିଲା |

0
0
0
s2sdefault