ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାଠାରେ ବେଦାନ୍ତ ଆଲୁମିନା ପ୍ଳାଣ୍ଟ ଓ ଏସଆରଏଲ ଡାଇଗ୍ନୋଷ୍ଟିକର ମିଳିତ ଉଦ୍ୟମରେ ବେଦାନ୍ତ ପାଥୋଲୋଜି ଲ୍ୟାବ ଓ ଡାଇଗ୍ନୋଷ୍ଟିକ ସେଣ୍ଟରର ଭୂମି ପୂଜନ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ କରକମଳରେ ହୋଇଯାଇଛି। ଏହି ଅବସରରେ କମ୍ପାନୀର ବରିଷ୍ଠ ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ତଥା ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ସୂଚନାନୁସାରେ, ବେଦାନ୍ତ ଦ୍ବାରା ପ୍ରତିଷ୍ଠିତ ହେବାକୁ ଥିବା ଏହି ଅତ୍ୟାଧୁନିକ ସ୍ବାସ୍ଥ୍ୟ ପରୀକ୍ଷଣ କେନ୍ଦ୍ର ଝାରସୁଗୁଡ଼ା ଓ ଆଖପାଖର ପ୍ରାୟ ପାଞ୍ଚ ଲକ୍ଷ ଲୋକଙ୍କ ନିମନ୍ତେ ଏକ ବରଦାନ ସଦୃଶ ହେବ। ଏଠାରେ ପାଞ୍ଚ ଶହ ପ୍ରକାରର ପରୀକ୍ଷା ହେବା ସଙ୍ଗେ ସଙ୍ଗେ ରେଡିଓଲୋଜି, ଇସିଜି, ପିଏଫଟି,ଟିଏମଟି ଭଳି ବିଭିନ୍ନ ପରୀକ୍ଷା ହୋଇପାରିବ।
ବେଦାନ୍ତର ସିଇଓ ସି ଏନ ସିଂହଙ୍କ ଅନୁସାରେ,କମ୍ପାନୀ ରାଜ୍ୟର ବିଶେଷ ଭାବରେ ଝାରସୁଗୁଡ଼ା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସରକାରଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରି ଆସିଛି ଏଥିପାଇଁ ସେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ତଥା ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ କହିଛନ୍ତି ଯେ ବେଦାନ୍ତର ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ଏଠାକାର ପ୍ରାୟ ୭୨ଟି ଗ୍ରାମର ବର୍ଷକୁ ପ୍ରାୟ ୮୦,୦୦୦ ଲୋକଙ୍କ ପାଖରେ ପହଞ୍ଚି ଥାଏ। ୩୩୫ଟି ସ୍ବେଛାସେବୀ ସଂଗଠନର ୪୦୦୦ ମହିଳାଙ୍କ ସଶକ୍ତିକରଣ କରାଇଥାଏ ଏହି କମ୍ପାନୀ। ପ୍ରତି ବର୍ଷ ୩୨,୦୦୦ ଲୋକଙ୍କୁ ସିଧାସଳଖ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ ୬,୪୦୦ ଛାତ୍ରଛାତ୍ରୀଙ୍କ ପାଠ ପଢ଼ିବାର ମଧ୍ୟ ଦାୟୀତ୍ୱ ମଧ୍ୟ ଏହି କମ୍ପାନୀ ତୁଲାଇ ଥାଏ ଵୋଲି ସେ କହିଛନ୍ତି।