କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ବୈଠକ
କାର୍ଯ୍ୟକ୍ଷେତ୍ରରେ ୫-"ଟି' ଓ "ମୋ ସରକାର'କୁ କଡ଼ାକଡ଼ି ଅନୁପାଳନ ପାଇଁ ମନ୍ତ୍ରୀ ଡ. ସାହୁଙ୍କ ନିର୍ଦ୍ଦେଶ
କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ-ମନ୍ତ୍ରୀ ଡ. ସାହୁ
ଭୁବନେଶ୍ୱର, (ଶାସକ ପ୍ରଶାସକ) -କାର୍ଯ୍ୟକ୍ଷେତ୍ରରେ ୫-"ଟି' ଏବଂ "ମୋ ସରକାର'କୁ କଡ଼ାକଡ଼ି ଭାବରେ ଅନୁପାଳନ କରି ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକା ଦୁର୍ନୀତିରୁ ଊର୍ଧ୍ୱରେ ରହି ଯୋଜନାର ରୂପାୟନରେ ସଂପୂର୍ଣ୍ଣ ସ୍ୱଚ୍ଛତା ପାଳନ କରିବାକୁ ପଡ଼ିବା ଏଥିସହିତ କର୍ତ୍ତବ୍ୟରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା
ଆଜି କୃଷିଭବନଠାରେ ଆୟୋଜିତ ଏକ ଭିଡ଼ିଓ କନ୍ଫରେନ୍ସ ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ସମସ୍ତ ଜିଲ୍ଲାର କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହିତ ଆବଣ୍ଟିତ ଅର୍ଥ ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲୋ ଚାଷୀମାନେ ଯେପରି ହଇରାଣ ନହୁଅନ୍ତି ଏବଂ ସେମାନଙ୍କୁ ବାରମ୍ବାର କାର୍ଯ୍ୟାଳୟ ଆସିବାକୁ ନପଡେ଼ ସେଥିପ୍ରତି ଦୃଷ୍ଟିଦେଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବେଦନପତ୍ର ଉପରେ ପଦକ୍ଷେପ ନେବା ଆବଶ୍ୟକା ଜିଲ୍ଲା ଅଧିକାରୀମାନେ ସଦର ମହକୁମାରରେ ରହିବା ସହିତ ନିୟମିତ କ୍ଷେତ୍ର ପରିଦର୍ଶନ କରିବା ଓ ଅଚାନକ ଗସ୍ତ ପାଇଁ କହିଥିଲୋ କୋଭିଡ୍-୧୯ ସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ୱତନ୍ତ୍ର ପ୍ୟାକେଜକୁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁସାରେ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲୋ
ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରତି ବ୍ଲକରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ସହିତ ଫାର୍ମପଣ୍ଡର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ କହିଥିଲୋ ସମନ୍ୱିତ କୃଷି କାର୍ଯ୍ୟ ଦ୍ୱାରା ଚାଷୀଙ୍କ ଆୟ ବହୁଗୁଣିତ କରାଯାଇ ପାରୁଥିବାରୁ ଚାଷୀଙ୍କ ମଧ୍ୟରେ ଏହାକୁ ଲୋକପି୍ରୟ କରାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ପ୍ରତି ସୋମବାରରେ ପଞ୍ଚାୟତ ସ୍ତରରେ ବୈଠକ ତୃଣମୂଳସ୍ତରରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଆଣିବା ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇପାରୁଛିା ଓଡ଼ିଶା ଲୋକସେବା ଅଧିକାର ଆଇନରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜନସାଧାରଣ ଓ ଚାଷୀମାନଙ୍କୁ ସେବା ଯୋଗାଇ ଦେବା ସହିତ ଆମ କୃଷି ଟୋଲ୍ ଫି୍ର ନମ୍ବର ସେବା ଚାଷୀଙ୍କ ମଧ୍ୟରେ ଅଧିକ ଲୋକପି୍ରୟ କରି ଚାଷୀଙ୍କ ସମସ୍ୟା ସମାଧାନ ଉପରେ ପ୍ରମୁଖ ଶାସନ ସଚିବ ଡ. ଗର୍ଗ ଗୁରୁତ୍ୱ ଦେଇଥିଲୋ ଦକ୍ଷତା କାର୍ଯ୍ୟକ୍ରମରେ ଉତ୍ତମ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ଥିବାବେଳେ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଥିଲୋ
ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ ହିତାଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସବ୍ସିଡି ପ୍ରଦାନ କରିବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ କହିଥିଲୋ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ୧୫ଟି ଅନ୍ଲାଇନ୍ ସେବାର ସୁଫଳ ଜନସାଧାରଣ ଯେପରି ପାଇପାରିବେ ସେଥିପ୍ରତି ପଦକ୍ଷେପ ନେବାକୁ କହିଥିଲୋ ମୋ ପୋଖରୀ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ ବାୟୋଫ୍ଲକ୍ ପଦ୍ଧତିରେ ମାଛଚାଷ ପାଇଁ ଚାଷୀଙ୍କ ମଧ୍ୟରେ ପ୍ରକାଶ ପାଉଥିବା ଆଗ୍ରହକୁ ଲକ୍ଷ୍ୟ କରି ମତ୍ସ୍ୟ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ସେ କହିଥିଲୋ
ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରତ୍ନାକର ରାଉତ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ବୈଠକରେ ଯୋଗଦେଇ ଯୋଜନାର ରୂପାୟନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲୋ