ଭୁବନେଶ୍ୱର (ଶାସକ ପ୍ରଶାସକ) ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ବର୍ଷ ୨୦୨୦ ପାଇଁ ମର୍ଯ୍ୟାଦାବନ୍ତ ସର୍ବୋଚ୍ଚ ସାରସ୍ଵତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯିବ | ଏହା ସହିତ ୧୫ ଜଣ ସାରସ୍ଵତ ସାଧକ ସାଧିକାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି | ସମ୍ବର୍ଦ୍ଧିତ ସାରସ୍ୱତ ସାଧକ ସାଧିକାମାନଙ୍କ ମଧ୍ୟରେ ଅଛନ୍ତି ଦେବେନ୍ଦ୍ର କୁମାର ଦାସ, ଗିରିଜା ଶଙ୍କର ଶର୍ମା, ଅଶୋକ କୁମାର ପଟ୍ଟନାୟକ, ବାବାଜୀ ଚରଣ ପଟ୍ଟନାୟକ, ବାଇଧର ସାହୁ, ଜୀବନକୃଷ୍ଣ ମହାପାତ୍ର, ଦିଗରାଜ ବ୍ରହ୍ମା, ରୁଦ୍ରନାରାୟଣ ପୃଷ୍ଟି , ସୌଭାଗିନୀ ମିଶ୍ର, ସ୍ବରାଜ୍ୟଲକ୍ଷ୍ମୀ ମିଶ୍ର, କୃପାସିନ୍ଧୁ ନାୟକ, ନିର୍ମଳପ୍ରଭା ନାୟକ, ରାସେଶ୍ୱରୀ ମିଶ୍ର, ରାଧାବିନୋଦ ନାୟକ, ଓ ମହେଶ୍ୱର ମୁଲିଆ | ଏକାଡେମୀ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ ସୂଚନା ଦେଇଛନ୍ତି |
ରାଜ୍ୟ
ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ବର୍ଷ ୨୦୨୦ ପାଇଁ ଅତିବଡ଼ି ପୁରସ୍କାର
- Hits: 399