ହେଡଲାଇନସ୍:

ଗଜପତି : ଜିଲ୍ଲାସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ  ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ  ଜିଲ୍ଲାସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ କୋଭିଡ୍ କଟକଣା ଯୋଗୁଁ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ହସ୍ତତନ୍ତ , ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

 ସମ୍ମିଳିତ ପ୍ୟାରେଡ଼ ଦଳର ପରିଦର୍ଶନ ଓ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କୁ ଜାତି ଓ ଦେଶ ଉଦ୍ଦେଶ୍ୟରେ ଉଦବୋଧନ  ଦେଇ ମନ୍ତ୍ରୀ ଶ୍ରୀମତୀ ଦିଆନ କହିଥିଲେ ଯେ , ଜାନୁଆରୀ ୨୬ ତାରିଖ ପବିତ୍ର ସାଧାରଣ ତନ୍ତ୍ର ଦିବସ ଭାରତର ପ୍ରତ୍ୟେକ ଭାଇଭଉଣୀଙ୍କ ପାଇଁ ଏକ ସ୍ମରଣୀୟ ଦିବସ ଏବଂ ଆମ ଜାତି ଓ ଦେଶ ପାଇଁ ଏକ ଗୌରବମୟ ଦିବସ।  ସମଗ୍ର ବିଶ୍ୱରେ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର କରା ଯାଇଥିବା ଯୋଗୁଁ ଆମେ ଗର୍ବ କରୁଛୁ ଯେ , ଆମେ ନିଜ ଶାସନକୁ ନିଜେ ଚଳାଇବା ପାଇଁ ସମ୍ପର୍ଣ୍ଣ ଭାବେ ସମର୍ଥ ବୋଲି ସାରା ବିଶ୍ବକୁ ଜଣାଇ ଦେଇଛୁ। ।  ବିବିଧତା ମଧ୍ୟରେ ଏକତା ହେଉଛି ଜାତୀୟତା । ତେଣୁ ଏହି ପବିତ୍ର ଦିବସରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସମେତ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀ ଓ ଭାରତ ସମ୍ବିଧାନର ସଦସ୍ୟ ମହାପୁରୁଷ ମାନଙ୍କ ପ୍ରତି ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ।

 ଭାରତର ସ୍ବାଧୀନତା ଆନ୍ଦୋଳନରେ ଓଡିଶାର ଗଜପତି ଜିଲ୍ଲାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବଣ-ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ମୟ ଏହି ଗଜପତି ଜିଲ୍ଲା । ରାଜନୀତି ଠାରୁ ଆରମ୍ଭ କରି କଳା, ସଂସ୍କୃତି , ସଙ୍ଗୀତ , ସାହିତ୍ୟ ଓ ନାଟ୍ୟ ଜଗତରେ ବହୁ ପ୍ରତିଷ୍ଠା ଲାଭ କରିଥିବା ଏହି ମାଟିରେ ଜନ୍ମ ନେଇଛନ୍ତି ବହୁ ଯୁଗଜନ୍ମା ।  ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ କହି ଆଜିର ଏହି ପବିତ୍ର ଦିବସରେ ପ୍ରତ୍ୟେକ ନାଗରିକ କାନ୍ଧରେ କାନ୍ଧ ମିଶାଇ ଦେଶ ଓ ରାଜ୍ୟର ବିକାଶ ଧାରାକୁ ଆଗେଇ ନେବାପାଇଁ ଆହ୍ବାନ କରିଥିଲେ ।ଶେଷରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସର୍ବଶ୍ରେଷ୍ଠ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ଓ ଅନଲାଇନ ରଚନା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀମତୀ ଦିଆନ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।

 କୋଭିଡ୍ କଟକଣା ଯୋଗୁଁ ଏହି ପବିତ୍ର  ୭୨ ତମ ସାଧାରଣତନ୍ତ୍ର ଦିବସକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା । କେବଳ ପୋଲିସ ବିଭାଗର ୨ଟି ଏପିଆର: ଓ ଓଏସଏପି: ଦଳ ଅଂଶଗ୍ରହଣ କରିଥିଲେ ।

 ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମହେଶ କୁମାର ଚୌଧୁରୀ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault