ହେଡଲାଇନସ୍:

 ରାୟଗଡା: କୃଷି, ମତ୍ସ୍ୟ, ପଶୁ ସମ୍ପଦ ବିଭାଗର ସମୀକ୍ଷା ନେଲେ ମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା/ ସରୋଜ କୁମାର ସାହୁ : ରାୟଗଡା ସ୍ଥିତ ଡିଆରଡିଏ ହଲରେ କୃଷି ,ମତ୍ସ୍ୟ ,ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। କୃଷି , ମତ୍ସ୍ୟ , ପଶୁ ସମ୍ପଦ ବିଭାଗର ଅଧିକାରୀ ମାନଙ୍କ ସହ ଦୀର୍ଘ ସମୟ ଧରି ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ ଅଧିକାରୀମାନେ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ସରକାରଙ୍କ ଯୋଜନା ବିଷୟରେ ଆଲୋକପାତ କରିଥିଲେ। 

ବୈଠକରେ ମନ୍ତ୍ରୀ ଡ଼ଃ ସାହୁ ଜିଲ୍ଲାରେ ସାରର ବର୍ତ୍ତମାନ ସମୟରେ କେତେ ପରିମାଣରେ ଉପଲବ୍ଧ ଅଛି ଆଉ କେତେ ଦରକାର ସେ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲାରେ ନୂଆ କେତେ କୃଷି ଉଦ୍ୟୋଗୀ ସୃଷ୍ଟି ହୋଇଛନ୍ତି , କୃଷି କ୍ଷେତ୍ରକୁ ଅଚାନକ ଗସ୍ତ କରୁଛନ୍ତି କି ନାହିଁ, ଜଳନିଧି ଓ ସୌର ଜଳନିଧି ଯୋଜନାର କିପରି କାର୍ଯ୍ୟକାରୀ ହୋଇଛି , କ୍ଷେତ୍ର ପରିଦର୍ଶନ ସମୟରେ କୃଷକଙ୍କର ମତାମତ କଣ ରହୁଛି, ଦକ୍ଷତା ଆପରେ କାର୍ଯ୍ୟ ହେଉଛି କି ନାହିଁ, ମାଟି ପରୀକ୍ଷା କିପରି ଚାଲିଛି ଜିଲ୍ଲାରେ , ସମୃଦ୍ଧି କୃଷି ନୀତି , ହ୍ଵାଟ୍ସଆପ ମାଧ୍ୟମରେ ପଠାଯାଉଥିବା ବାର୍ତ୍ତା କୃଷକଙ୍କ ପାଖରେ ପହଞ୍ଚୁଛି କି ନାହିଁ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜିଲ୍ଲାରେ ଶୀତଳ ଭଣ୍ଡାର କାମ କରୁଛି କି ନାହିଁ ସେ ବିଷୟରେ ଆଲୋଚନା କରିଛନ୍ତି । ଏହା ସହ ମତ୍ସ୍ୟ , ପଶୁ ସମ୍ପଦ ଓ ଫାର୍ମ ପଣ୍ଡ ବିଷୟରେ ସମୀକ୍ଷା କରିଥିଲେ ।

ଏହି ବୈଠକରେ  ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ସରୋଜ ମିଶ୍ରଙ୍କ  ସହ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

0
0
0
s2sdefault