ବରଗଡ :- ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସର କୁ ଆକର୍ଷଣୀୟ ଓ ସୁନ୍ଦର କରିବା ନିମନ୍ତେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ନିଷ୍ଠା ଓ ଉଦ୍ୟମ କ୍ରମେ ରାଜ୍ୟ ସରକାର ଦ୍ୱାରା ଅନେକ କାର୍ଯ ହାତକୁ ନିଆ ଯାଉଛି । ଗତ କିଛିଦିନ ତଳେ ମନ୍ଦିର ସ୍ଥିତ ଧର୍ମଶାଳା ଓ ରୋଷେଇ ଘରର କାର୍ଯ ଆରମ୍ବ ହେବା ସହିତ ପିକନିକ ସ୍ପଟର କାର୍ଯ ଆରମ୍ଭ ହୋଇ ଯାଇଛି । ଇତି ମଧ୍ୟରେ ଆହୁରି କିଛି କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ମୁଖ୍ୟ ରାସ୍ତାରେ ଖୁବ ଶୀଘ୍ର ଏକ ସୁନ୍ଦର ମାର୍କେଟ କମ୍ପ୍ଲେକ୍ସ ତିଆରି କରାଯିବ ବୋଲି କହିଛନ୍ତି । ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଅତିଥି ଭବନ ଠାରେ ସ୍ଥାନୀୟ ବ୍ୟବସାୟୀ ବନ୍ଧୁ ମାନଙ୍କର ସହିତ ଆଲୋଚନା ବେଳେ ବିଧାୟକ ଏହା ଘୋଷଣା କରିଛନ୍ତି । ଏହା ସହିତ ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯଟକ ମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କର ଆବଶ୍ୟକତା ମୁତାବକ ସବୁ ପ୍ରକାର ସୁବିଧା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟକ କହିଥିଲେ । ଏହାପରେ ମନ୍ଦିର ଓ ଏହାର ଆଖପାଖ ରେ ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ କରିବା ସହିତ କାର୍ୟ୍ଯର ସମୀକ୍ଷା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବିଧାୟକ ବିଗତ ଦିନରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ର ସଭାପତି ଥିବା ସମୟରେ ମନ୍ଦିରରେ ଅନେକ ଆକର୍ଷଣୀୟ କାର୍ୟ୍ଯ କରିଥିଲେ । ଏହାପରେ ମଧ୍ୟ କ୍ରମାଗତ ଭାବରେ ତାଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଆନେକ କାର୍ଯ୍ୟ ହୋଇ ଆସିଛି ।
ରାଜ୍ୟ
ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ନିର୍ମାଣ ହେବ ବ୍ୟବସାୟ ଉପଯୋଗୀ ମାର୍କେଟ କମ୍ପ୍ଲେକ୍ସ :- ବିଧାୟକ
- Hits: 1039